ଆଜି ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦.୨୫ରେ ଭର୍ଚୁଆଲ ମାଧ୍ୟମରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ଏବଂ ଏହି ସମାରୋହକୁ ସମ୍ବୋଧିତ କରିବେ। ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତା ପୁସ୍ତକର ୫ ଲକ୍ଷତମ କପି ବିକ୍ରି ହେବା ଅବସରକୁ ପାଳନ କରିବା ସକାଶେ ଏହି ସମାରୋହର ଆୟୋଜନ କରାଯାଉଛି।
ସ୍ୱାମୀ ଚିଦଭବାନନ୍ଦଜୀ ହେଉଛନ୍ତି ତାମିଲନାଡ଼ୁର ତିରୁଚିରାପଲ୍ଲିସ୍ଥିତ ତିରୁପ୍ପାରାଇତୁରାଇ ଠାରେ ଥିବା ଶ୍ରୀ ରାମକୃଷ୍ଣ ତପୋବନମ ଆଶ୍ରମର ପ୍ରତିଷ୍ଠାତା। ସ୍ୱାମୀଜୀ ୧୮୬ଟି ପୁସ୍ତକ ଏବଂ ସମସ୍ତ ପ୍ରକାରର ସାହିତ୍ୟ କୃତି ରଚନା କରିଛନ୍ତି। ତାଙ୍କର ବ୍ୟାଖ୍ୟାନ ଉପରେ ଗୀତାର ତାମିଲ ସଂସ୍କରଣ ୧୯୫୧ରେ ପ୍ରକାଶିତ ହୋଇଥିଲା, ଏହାର ଇଂରାଜୀ ସଂସ୍କରଣ ୧୯୬୫ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ କାଳରେ ଭକ୍ତମାନେ ତେଲୁଗୁ, ଓଡ଼ିଆ, ଜର୍ମାନ ଏବଂ ଜାପାନୀଜ ଭାଷାରେ ଏହାର ଅନୁବାଦ କରିଛନ୍ତି।