ବଢ଼ୁଛି କରୋନାର ଦ୍ୱିତୀୟ ଲହର ଭୟ

166

ନୂଆଦିଲ୍ଲୀ: ପୁଣିଥରେ କରୋନା ସଂକ୍ରମଣ ଦିନକୁଦିନ ଯେପରି କାୟା ମେଲାଉଛି,ଦ୍ୱିତୀୟ ଲହରର ଭୟ ସେତିକି ବଢ଼ିବାରେ ଲାଗିଛି । ଦିନକରେ ଦେଶରେ ୨୫ ହଜାର ୩୨୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ମାର୍ଚ୍ଚ ୧୩ରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୧୨ରେ ଏହି ସଂଖ୍ୟା ଥିଲା ୨୩ ହଜାର ୨୮୫ । ଗତ ୨୪ ଘଣ୍ଟା ଭିତରେ ଯେତିକି ମାମଲା ଆସିଛି, ତାହା ୮୪ ଦିନ ମଧ୍ୟରେ ସର୍ବାଧିକ । ଗତବର୍ଷ ଡିସେମ୍ବର ୨୦ତାରିଖ ପରେ ଏହା ହେଉଛି ସବୁଠୁ ଅଧିକ ଦୈନିକ ସଂକ୍ରମଣ ।

ପୁଣିଥରେ ସାରାବିଶ୍ୱରେ କରୋନା ସ୍ଥିତି ଉଦ୍ବେଗଜନକ ହେବାରେ ଲାଗିଛି । କିଛି ଦିନ ହେଲା କୋଭିଡ ସଂକ୍ରମଣ କମିବା ପରେ ଏବେ ଅନେକ ଦେଶରେ ସଂକ୍ରମଣ ବଢିବାରେ ଲାଗିଛି । କରୋନା ସଂକ୍ରମଣରେ ପୁଣିଥରେ ଭାରତକୁ ଟପିଛି ବ୍ରାଜିଲ ।

କରୋନା ସଂକ୍ରମଣରେ ଭାରତକୁ ପଛରେ ପକାଇ ବିଶ୍ୱରେ ଦ୍ୱିତୀୟ ଦେଶ ବନିଯାଇଛି ବ୍ରାଜିଲ । ସ୍ଥିତି ସଙ୍ଗୀନ ହୋଇଥିବାରୁ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ରାଜିଲକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ କରୋନା ସଂକ୍ରମଣରେ ବିଶ୍ୱରେ ୧ ନମ୍ବର ସ୍ଥାନରେ ରହିଥିବା ଆମେରିକାରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦିନକୁ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ହେଉଛି । ୬ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି । ତଥାପି ଆମେରିକାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଚିନ୍ତାର ବିଷୟ ହୋଇ ରହିଛି ।

Leave A Reply

Your email address will not be published.