ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଭର୍ଚୁଆଲ୍ ଶିଖର ସମ୍ମିଳନୀ

200

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ୧୬ ମାର୍ଚ୍ଚ, ୨୦୨୧ରେ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।

ଭାରତ ଏବଂ ଫିନଲ୍ୟାଣ୍ଡ ମଧ୍ୟରେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ସ୍ୱାଧୀନତା ଏବଂ ନିୟମ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ଆଧାରିତ ସୌହାର୍ଦ୍ଦ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ବାଣିଜ୍ୟ ଓ ନିବେଶ, ଶିକ୍ଷା, ନବୋନ୍ମେଷ, ବିଜ୍ଞାନ ଓ ପ୍ରଯୁକ୍ତି, ଗବେଷଣା ଓ ବିକାଶ ଭଳି କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ ଅତ୍ୟନ୍ତ ନିବିଡ଼ ସହଯୋଗ ରହିଛି। ସାମାଜିକ ସମସ୍ୟାର ମୁକାବିଲା ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ କରି ଏକ କ୍ୱାଣ୍ଟମ୍ କମ୍ପ୍ୟୁଟର ବିକଶିତ କରିବା କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ବର୍ତ୍ତମାନ ଏକ ସହଭାଗିତା ଜାରି ରହିଛି। ଟେଲିକମ, ଏଲିଭେଟର, ମେସିନାରୀ, ଶକ୍ତି ତଥା ଅକ୍ଷୟ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ପାଖାପାଖି ୧୦୦ଟି ଫିନଲ୍ୟାଣ୍ଡ କମ୍ପାନୀ ଭାରତରେ କାର୍ଯ୍ୟକ୍ଷମ ରହିଛି। ଆଇଟି, ଅଟୋ ସରଞ୍ଜାମ ଏବଂ ଆତିଥେୟ କ୍ଷେତ୍ରରେ ପାଖାପାଖି ୩୦ଟି ଭାରତୀୟ କମ୍ପାନୀ ଫିନଲ୍ୟାଣ୍ଡରେ କାର୍ଯ୍ୟ କରୁଛନ୍ତି।

ଏହି ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିସ୍ତୃତ ଦିଗ ଉପରେ ଆଲୋଚନା କରିବା ସହିତ ଆପୋସ ହିତ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗ ଉପରେ ମତବିନିମୟ କରିବେ। ଭାରତ-ଫିନଲ୍ୟାଣ୍ଡ ଭାଗିଦାରୀର ଭବିଷ୍ୟତ ସମ୍ପ୍ରସାରଣ ଓ ବିବିଧକରଣ ସକାଶେ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ।

Leave A Reply

Your email address will not be published.