ସାବାଡ଼ ହେବେ ଲୁଟେରା: ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର

138

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଘଟୁଥିବା ଛିନ୍ତାଇ ମାମଲାକୁ ରୋକିବାକୁ କମିଶନେରେଟ୍ ପୋଲିସ ନେଇଛି ପଦକ୍ଷେପ । ଯଦି ରାସ୍ତାରେ ଅପରାଧ ହେଉଛି ତେବେ ୭୦୭୭୭-୯୮୧୧୧ ନମ୍ବରରେ ହ୍ୱାଟ୍ସଆପ୍ କରି କରି ଅଭିଯୋଗ କରିପାରିବେ । ରାସ୍ତାରେ ଯଦି ଅପରାଧ ଦେଖିଲେ କିମ୍ବା କୌଣସି ଅଘଟଣ ଘଟିଲେ ଏହି ନମ୍ବରରେ ତଥ୍ୟ ଦେଇହେବ । ତା’ସହ କୌଣସି ଅପରାଧୀ ସମ୍ପର୍କରେ ବି ଜଣାଇ ହେବ । ଖାଲି ଏତିକି ନୁହେଁ ଏହି ହ୍ୱାଟ୍ସଆପ୍ ନମ୍ବରରେ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣିହେବ । ଏହି ୭୦୭୭୭-୯୮୧୧୧ ନମ୍ବରଟି କେବଳ ହ୍ୱାଟ୍ସଆପ୍ ପାଇଁ ଉପଲବ୍ଧ ହେବ ଏବଂ ଭୁବନେଶ୍ୱର ପାଇଁ କାର୍ଯ୍ୟ କରିବ । ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ମାମଲା ବଢ଼ିଛି । ବିଶେଷ ଭାବେ ରାସ୍ତା ଘାଟରେ ଲୁଟ୍ତରାଜ ବଢ଼ୁଥିବା ଯୋଗୁଁ କମିଶନରେଟ୍ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.