ସମୀକରଣ ପ୍ରକ୍ରିୟାରେ ଖାଲି ଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ କରାଯିବ

152

ଭୁବନେଶ୍ୱର: ଯେଉଁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭାବ ରହିଛନ୍ତି ସମୀକରଣ ପ୍ରକ୍ରିୟା ମାଧ୍ୟମରେ ସେସବୁ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ବିଧାୟକ ସୁରେଶ କୁମାରରାଉତରାୟଙ୍କ ବେକାର ସିଟି ଓ ବିଇଡି ଡିଗ୍ରୀଧାରୀଙ୍କୁ ନିଯୁକ୍ତି ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତରରେ ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ଯେ ଏହି ଡିଗ୍ରୀଧାରୀ ପ୍ରଶିକ୍ଷିତ ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଶିକ୍ଷକ/ଶିକ୍ଷୟତ୍ରୀ ରୂପେ ନିଯୁକ୍ତି ପ୍ରଦାନ କରାଯାଉଛି ।ଯେଉଁ ପ୍ରାର୍ଥୀମାନଙ୍କର ବୟସ ଅତିକ୍ରମ କରିଗଲାଣି ସେମାନଙ୍କୁ ସରକାରୀ ବିଦ୍ୟାଳୟରେ ନିୟୋଜନ ପାଇଁ ସରକାରୀ ସ୍ତରରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.