ଗୋଷ୍ଠି ସଂଘର୍ଷରୁ ଉତେଜନା, ପଟ୍ଟାମୁଣ୍ଡାଇ ବଜାରରେ ୧୪୪

184

ପଟ୍ଟାମୁଣ୍ଡାଇ: ଗୋଷ୍ଠି ସଂଘର୍ଷକୁ କେନ୍ଦ୍ର କରି ଉତେଜନାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାରରେ ୧୪୪ ଧାରା ଜାରୀ କରାଯାଇଛି । ଆଜି ଅପରାହ୍ନ ୨ଟା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯାଇଛି । ଏନେଇ ଆଜି ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡ଼ରେ ଦୁଇଟି ଗାଁର ଯୁବକ ମାନଙ୍କ ମଧ୍ୟରେ କୌଣସି କାରଣରୁ ଉତେଜନା ଓ ଉତେଜନାରୁ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା । ଘଟଣାରେ ଉତ୍ୟେକ୍ତ ଲୋକେ ଛକରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଏଥିରେ ବିଫଳ ହୋଇଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ ବଜାରରେ ୧୪୪ ଧାରା ଜାରୀ କରାଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଉତେଜନାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ ହୋଇଛି ।

Leave A Reply

Your email address will not be published.