କରୋନାରେ ଦେଶରେ ଗତ ୨୪ ଘଂଟାରେ ୭୨,୩୩୦ ନୂଆ ମାମଲା

166

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୭୨,୩୩୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୫୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୨,୨୧,୬୬୫ ପହଂଚିଛି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୮୪,୦୫୫ ଥିବା ବେଳେ ବର୍ତମାନ ସୁଦ୍ଧା ୧,୬୨,୯୨୭ଜଣ ମୃତ୍ୟୁବରଣ କରିଛନ୍ତି।

ସେହିପରି ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୧,୨୫,୬୮୧ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୨୪,୪୭,୯୮,୬୨୧ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Leave A Reply

Your email address will not be published.