ଭାରତରେ ଗୋଟିଏ ଦିନରେ ଗତ ୨୪ ଘଣ୍ଟାରେ ରେକର୍ଡ ପରିମାଣର ୩୬.୭ ଲକ୍ଷ ଡୋଜ୍ ଟିକା ଦିଆଯାଇଛି

163

-ଟିକାକରଣ ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ଭାରତରେ ୩୬.୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି

ନୂଆଦିଲ୍ଲୀ: ଟିକାକରଣ ଅଭିଯାନର ୭୬ତମ ଦିବସ (୧ ଏପ୍ରିଲ ୨୦୨୧)ରେ ୩୬,୭୧,୨୪୨ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୫୧,୨୧୫ ସେସନରେ ୩୩,୬୫,୫୯୭ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୩,୦୫,୬୪୫ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

୧୧,୩୭,୪୫୬ ସେସନରେ ୬.୮୭ କୋଟି (୬,୮୭,୮୯,୧୩୮)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି ୮୩,୦୬,୨୬୯ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୨,୮୪,୫୬୪ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୩,୫୩,୦୨୧ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୦,୯୭,୬୩୪ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୯୭,୮୩,୬୧୫ ଜଣଙ୍କୁ ପ୍ରଥମ ଡୋଜ୍, ୩୯,୪୦୧ଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୩,୧୭,୦୫,୮୯୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୧୮,୭୪୧ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ ।

ଆଠଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡ଼ୁ, କେରଳ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଦୈନିକ ନୂଆ କରୋନା ମାମଲାରେ ବୃୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ମାମଲାରୁ ୮୧.୨୫% ଏହି ସବୁ ରାଜ୍ୟରୁ ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୮୧,୪୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୩,୧୮୩ ମାମଲା ଆସିଛି । ଏହା ପଛକୁ ଛତିଶଗଡ଼ରେ ୪,୭୧୭ ଏବଂ କର୍ଣ୍ଣାଟକରେ ୪୨୩୪ ନୂଆ ମାମଲା ଆସିଛି ।

Leave A Reply

Your email address will not be published.