ଗଞ୍ଜାମ: ବ୍ରହ୍ମପୁର ବଡ଼ବଜାର ଥାନାରେ ମହିଳାଙ୍କୁ ପୋଲିସର ଥାର୍ଡ଼ ଡ଼ିଗ୍ରୀ ନେଇ ଅଭିଯୋଗ ହୋଇଛି । ଘରୋଇ କଳି ମାମଲାରେ ଥାନାକୁ ଡାକି ମହିଳାଙ୍କୁ ପୋଲିସ ମାଡ଼ ମାରିବା ସହ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି । ଅତିରିକ୍ତ ଏସପିଙ୍କୁ ଭେଟି ପୀଡ଼ିତା ମହିଳା ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଦୁଇ ଜଣ ମହିଳା କନଷ୍ଟେବଳ ଓ ଥାନା ଅଧିକାରୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ହସ୍ତଗତ ହେବା ପରେ ଏସଡ଼ିପିଓଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଏସପି ।
Sign in
Sign in
Recover your password.
A password will be e-mailed to you.