ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ବାଲିପଦର ଆଂଚଳିକ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମହାବିଦ୍ୟାଳୟକୁ ତିନି ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ଆଜି ସମସ୍ତ ଶ୍ରେଣୀ କକ୍ଷକୁ ସାନିଟାଇଜେସନ୍ କରାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅଧ୍ୟାପକ ଜଣକ ଗତ ୨୬ ତାରିଖରୁ ଛୁଟିରେ ଥିଲେ । ସ୍ୱାବ୍ ନମୂନା ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ଥିବା ଗତ ୧ ତାରିଖରେ ରିପୋର୍ଟରୁ ଜଣାପଡିଥିଲା । ଏନେଇ ମହାବିଦ୍ୟାଳୟ କର୍ତୃପକ୍ଷ ଭଞ୍ଜନଗର ଉପଜିଲ୍ଲାପାଳ, ବୁଗୁଡ଼ା ତହସିଲଦାର ଓ ବିଡ଼ିଓଙ୍କୁ ଅବଗତ କରାଇଥିଲେ । ଆଜି ଠାରୁ ମହାବିଦ୍ୟାଳୟର ଶ୍ରେଣୀ ଗୃହ ଓ କ୍ୟାମ୍ପସ୍ ପରିସରରେ ସାନିଟାଇଜେସନ କାର୍ଯ୍ୟ ଆରମ୍ଭ ହୋଇଛି । ଏବଂ ଏଥିପାଇଁ କଲେଜକୁ ତିନି ଦିନପାଇଁ ଛୁଟି ଘୋଷଣା କରାଯାଇଛି । ଏହାସହ ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ଆଂଟିଜେନ୍ ଟେଷ୍ଟ କରିବା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କୌଣସି ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କଲେ ତୁରନ୍ତ ମହାବିଦ୍ୟାଳୟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.