5 ବର୍ଷରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ 25,586 କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ମଞ୍ଜୁର

169

ନୂଆଦିଲ୍ଲୀ: ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଆଶା, ଆକାଂକ୍ଷା ଓ ଅଭିଳାଷା ବୃଦ୍ଧି ପାଉଛି। ମହିଳା, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତିଙ୍କୁ ନେଇ ଏପରି ବହୁସଂଖ୍ୟକ ସମ୍ଭାବନାମୟ ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ନିଜ ଉଦ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ଯାହା ସେମାନଙ୍କୁ ଆଗକୁ ବଢ଼ିବା ଏବଂ ଉନ୍ନତ ହେବା ଲାଗି ସକ୍ଷମ କରିବ । ସାରା ଦେଶରେ ଏପରି ଅନେକ ଉଦ୍ୟୋଗୀ ରହିଛନ୍ତି ଯେଉଁମାନଙ୍କ ନିକଟରେ ନିଜ ପାଇଁ ଓ ନିଜ ପରିବାର ପାଇଁ କିଛି କରିବାର ବିଚାର ଭରି ରହିଛି।

ଆକାଂକ୍ଷାରେ ପରିପୂର୍ଣ୍ଣ ଅନେକ ଏସସି, ଏସଟି ଓ ମହିଳା ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ଉତ୍ସାହୀ ଓ ଆଗ୍ରହୀ କିନ୍ତୁ ସେମାନଙ୍କର ସ୍ଵପ୍ନକୁ ବାସ୍ତବ ରୂପ ଦେବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ସମସ୍ୟାକୁ ଧ୍ୟାନରେ ରଖି, ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନା 5 ଏପ୍ରିଲ 2016 ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଯୋଗାଇବା। ଏହି ଯୋଜନାକୁ 2025 ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

ଆମେ ଷ୍ଟାଣ୍ଡ ଅପ ଇଣ୍ଡିଆର ପଞ୍ଚମ ବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ଆସନ୍ତୁ ଏହି ଯୋଜନାର କେତେକ ବୈଶିଷ୍ଟ୍ୟ ଓ ସଫଳତା ଉପରେ ଦୃଷ୍ଟିପାତ କରିବା ।

ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନାର ଲକ୍ଷ୍ୟ ହେଉଛି ମହିଳା, ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ଉଭୟ ପ୍ରସ୍ତୁତ ଓ ପ୍ରଶିକ୍ଷାର୍ଥୀ ଋଣଗ୍ରହିତା ଆଧାରରେ ସେମାନଙ୍କୁ ବାଣିଜ୍ୟ, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ସହାୟତା କରିବା ।

Leave A Reply

Your email address will not be published.