ପିିପିିଲି ମହାସମର : ଆଜି ଭର୍ଚୁଆଲରେ ପ୍ରଚାର କରିବେ ନବୀନ

150

ପିପିଲି : ସପ୍ତାହକ ପରେ ପିପିଲି ଉପନିର୍ବାଚନ । ଆଜି ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ଏହି ପ୍ରଚାର କରିବେ । ପିପିଲି ବାସୀଙ୍କୁ ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ । ପିପିଲି ବ୍ଲକ୍ ଓ ଏନଏସି ପାଇଁ ପ୍ରଚାର କରିବା ସହ ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ବି ପ୍ରଚାର କରିବେ । ଭର୍ଚୁଆଲ ପ୍ରଚାର ପାଇଁ ପିପିଲି ବ୍ଲକର ୩ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ଡେଲାଙ୍ଗ ରେଞ୍ଜ, ବଡ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ ପ୍ରଚାର କରିବେ । ଗତ କିଛିଦିନ ମୈଦାନରେ ଯାଇ ପ୍ରଚାର କରୁଛନ୍ତି ସବୁ ଦଳର ହେବିୱେଟ୍ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ବଡ ନେତା ଯାଇ ପ୍ରଚାର କରିଛନ୍ତି ।

ସେହିପରି କଂଗ୍ରେସ ପ୍ରାଥୀ ଅଜିତ ମଙ୍ଗରାଜ କରୋନାରେ ପୀଡିତ ଥିବାରୁ ସେ କ୍ୱାରେଣ୍ଟାଇନରେ ଅଛନ୍ତି । ହେଲେ ତାଙ୍କ ପାଇଁ ପ୍ରଚାର କିନ୍ତୁ କମିନି । ଦଳୀୟ ନେତା ପିପିଲି ମାଟିରେ ଯାଇ ଭୋଟ ଭିକ୍ଷା କରିଛନ୍ତି । ଅନ୍ୟପକ୍ଷରେ ପିପିଲି ପ୍ରଚାର ବେଳେ ହିଂସାକାଣ୍ଡ ଘଟିଥିବା ଜଣାଯାଇଛି । ବିଜେଡି ଓ ବିଜେପି ସମର୍ଥକମାନେ ପରସ୍ପର ମଧ୍ୟରେ ମୁହାଁମୁହିଁ ହେବା ସହିତ ଶେଷରେ ବାଡ଼ିଆପିଟା ମଧ୍ୟ ହୋଇଛନ୍ତି । ଫଳରେ ସ୍ଥାନୀୟ ଅଂଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଜେନାପୁର ବ୍ରାହ୍ଣଣବାଡ ଅଞ୍ଚଳରେ ଦୁଇଗୋଷ୍ଠୀଙ୍କ ଭିତରେ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଯେଉଁଥିରେ ୩ ଜଣ ଆହତ ହେବାପରେ ସେମାନଙ୍କୁ ନିକଟସ୍ଥ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯିବା ସହିତ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ସେହି ଅଞ୍ଚଳରେ ଏବେ ଡେଲାଙ୍ଗ ଓ ପିପିଲି ପୋଲିସ ପହଞ୍ଚି ତଦନ୍ତ ଅଭିଯାନ ଆରମ୍ଭ କରିଛି । ତେବେ ହିଂସାର ପ୍ରତିବାଦରେ ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାକୁ କିଛି ସମର୍ଥକ ଅବରୋଧ କରିଥିବା ଖବର ମିଳିଛି ।

Leave A Reply

Your email address will not be published.