ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଂଟାଇନ୍ ବାଧ୍ୟତାମୂଳକ

181

– କ୍ଲଷ୍ଟର ଟିଏମସି କିମ୍ବା ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବେ ,
– ଆରଟିପିସିଆର ନେଗେଟିଭ୍ ରିପୋର୍ଟ , ଟିକାର ୨ଟି ଡୋଜ୍ ନେଇଥିଲେ ମିଳିବ ହୋମ୍ କ୍ୱାରେଂଟାଇନ୍ ଅନୁମତି
– ସୀମା ସିଲ୍ ପାଇଁ ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏଣିକି ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ୧୪ଦିନିଆ କ୍ୱାରେଂଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ କ୍ଲଷ୍ଟର ଟିଏମସି କିମ୍ବା ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବେ । ସେମାନଙ୍କୁ ଘରେ କ୍ୱାରେଂଟାଇନ୍ ରେ ରହିବାକୁ ଅନୁମତି ମିଳିବ ନାହିଁ । କିନ୍ତୁ ଯେଉଁମାନଙ୍କ ପାଖରେ ୪୮ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଏବଂ କୋଭିଡ-୧୯ ଟିକାର ୨ଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଥିବ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଅନୁମତି ମିଳିବ । ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଂଟ ଚିହ୍ନଟ ହେବାପରେ ଓଡ଼ିଶା ସରକାର ନୂଆ କଟକଣା ଜାରି କରିଛନ୍ତି ।

ମୁଖ୍ୟ ଶଶସନ ସଚିବ ସୁରେଶ କୁମାର ମହାପାତ୍ର ଗୁରୁବାର ଏ ସମ୍ପର୍କରେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳମାନଙ୍କୁ ସମସ୍ତ ମାର୍ଗକୁ ତୁରନ୍ତ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାରେ ଯେପରି କୌଣସି ବି ମାର୍ଗରେ ପଶ୍ଚିମବଙ୍ଗରୁ ଲୋକେ ଆସିନପାରିବେ ସେଥିପାଇଁ ଆବଶ୍ୟକ କଡ଼ାକଡ଼ି ପୁଲିସ ବ୍ୟବସ୍ଥା କରିବାକୁ କୁହାଯାଇଛି । ଯଦି କେହି ପଶ୍ଚିମବଙ୍ଗରୁ ଦୁଇଚକିଆ, ଚାରି ଚକିଆ ଯାନରେ ଓଡ଼ିଶା ସୀମାରେ ପ୍ରବେଶ କରେ ତାଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ଲଷ୍ଟର କ୍ୱାରେଂଟାଇନ ସେଂଟର(ଟିଏମସି)ରେ ବାଧ୍ୟତାମୂଳକ ଭାବେ ୧୪ଦିନ ରହିବାକୁ ପଡ଼ିବ । କ୍ଲଷ୍ଟର ଟିଏମସିରେ ଆବଶ୍ୟକ ସୁବିଧାସୁଯୋଗ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଲୋକମାନେ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟ ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ମଧ୍ୟ ଓଡ଼ିଶାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଯଦି କେହି ପଶ୍ଚିମବଙ୍ଗରୁ ଆସି କ୍ୱାରେଂଟାଇନରେ ନରହିଛି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଥାନୀୟ ୱାର୍ଡମେମ୍ବର, ସରପଂଚ ଓ ପଂଚାୟତିରାଜ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରିବା ସହ ସ୍ଥାନୀୟ ବିଡିଓ, ପୁଲିସ ଷ୍ଟେସନକୁ ଜଣାଇବାକୁ କୁହାଯାଇଛି ।

ପଶ୍ଚିମବଙ୍ଗରୁ ବିମାନରେ ଭୁବନେଶ୍ୱର ଓ ଝାରସୁଗୁଡ଼ା ଆସୁଥିଲେ ମଧ୍ୟ ୧୪ ଦିନ କ୍ୱାରେଂଟାଇନ ରହିବାକୁ ପଡ଼ିବ । ପଶ୍ଚିମବଙ୍ଗ ଫେରନ୍ତା ସିଧାସଳଖ ନିଜ ଇଚ୍ଛାରେ ଘରକୁ ଯାଇପାରିବେ ନାହିଁ ।

Leave A Reply

Your email address will not be published.