ଭବାନୀପାଟଣା : ଭବାନୀପାଟଣା ନିକଟସ୍ଥ କାମଠଣା କୋଭିଡ଼୍ ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟ ମାନେ ମେଡ଼ିକାଲରେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଭବାନୀପାଟଣା ସଦର ଥାନା ପୋଲିସ । ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।
ପ୍ରକାଶ ଥାଉ କି, କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ଏହି ରୋଗୀ ଜଣକ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ବୋଲି ଜଣାପଡିଛି ।