ଦରଦାମ୍ ବୃଦ୍ଧି ଓ କଳାବଜାରୀ ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କୁ ସମାଜବାଦୀ ପାର୍ଟିର ଚିଠି

132

ଭୁବନେଶ୍ୱର : ଦୁଇ ସପ୍ତାହର ଲକଡ଼ାଉନ ଓ ବଙ୍ଗୋପ ସାଗରରେ ଏକ ବାତ୍ୟାର ଗୁଜବ ଯୋଗୁ ସାଧାରଣ ଲୋକ ଛାନିଆ ହୋଇ ଅନେକ ଜାଗାରେ ଜିନିଷ ପତ୍ର କିଣିବାରେ ଲାଗିଛନ୍ତି । ସାଧାରଣ ଲୋକ ଛାନିଆରେ ବଜାରରୁ ଆଳୁ, ପିଆଜି, ଚାଉଳ, ଡ଼ାଲି, ତେଲ ଓ ପନିପରିବା ସବୁ କିଣି ମହଜୁଦ କରିବା ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ଅସାଧୁ ବେପାରୀମାନେ ତାର ସୁଯୋଗ ନେଇ ହଠାତ୍ ଦରଦାମ ବଢାଇ ଦେଇଛନ୍ତି । କିଛି କିଛି ଜାଗାରେ ଆଳୁ, ପିଆଜ ଭଳି ନିତିଦିନିଆ ଖାଦ୍ୟପଦାର୍ଥ କୃତ୍ରିମ ଅଭାବ ସୃଷ୍ଟି ହୋଇଛି ।

ବହୁଲୋକ ଠେଲାପେଲା ହୋଇ ନିଜ ନିଜ ଗାଁକୁ ଫେରିଯିବା ପାଇଁ ବସ୍‌ଷ୍ଟାଣ୍ଡ ଏବଂ ରେଳଷ୍ଟେସନରେ ଜମା ହେଉଛନ୍ତି । ସେଠାରେ କେହି କରୋନା କଟକଣାକୁ ମାନୁନାହାଁନ୍ତି । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦରଦାମ ବୃଦ୍ଧି ରୋକିବା ସଙ୍ଗେ ସଙ୍ଗେ କଳାବଜାରୀମାନଙ୍କୁ ଦୃଢ ହସ୍ତରେ ଦମନ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ଚିଠି ଲେଖି ମୁଖ୍ୟ ଶାସନ ସଚିବଙ୍କ ପାଖରେ ଦାବି କରିଛନ୍ତି ।

Leave A Reply

Your email address will not be published.