କୋବିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁରୀ ପାଇଁ ୨ କୋଟି, ସୁବର୍ଣପୁର ପାଇଁ ୧ କୋଟି ତଥା ସମ୍ବଲପୁର ପାଇଁ ୪.୬୨ କୋଟି ଟଙ୍କା ପ୍ରଦାନକୁ ମୁଖ୍ୟମନ୍ତ୍ରୀ ଦେଲେ ମଂଜୁରୀ

151

ଭୁବନେଶ୍ୱର : କୋବିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁରୀ ପାଇଁ୨ କୋଟି, ସୁବର୍ଣପୁର ପାଇଁ ୧ କୋଟି ତଥା ସମ୍ବଲପୁର ପାଇଁ ୪.୬୨ କୋଟି ଟଙ୍କା ପ୍ରଦାନକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

ପୁରୀ ଜିଲ୍ଲାକୁ ଏହା ପୂର୍ବରୁ ୧୪,୫୯,୭୪,୪୦୮ ଟଙ୍କା ପ୍ରଦାନ କରା ଯାଇଥିବା ବେଳେ ଆଜିର ଅତିରିକ୍ତ ରାଶି ପରେ ପୁରୀ ଜିଲ୍ଲାକୁ କୋବିଡ ପରିଚାଳନା ପାଇଁ ମୋଟ ୧୬,୫୯,୭୪,୪୦୮ ମିଳିଛି ।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସୁବର୍ଣପୁର ଜିଲ୍ଲା ପାଇଁ ୧ କୋଟି ଟଙ୍କା ମଂଜୁର କରିଛନ୍ତି । ପୂର୍ବରୁ ସୁବର୍ଣପୁର ଜିଲ୍ଲାକୁ ୨,୫୦,୦୦,୦୦୦ ପ୍ରଦାନ କରା ଯାଇଥିଲ।। ଏହା ପରେ ଜିଲ୍ଲାକୁ ମୋଟ ୩,୫୦,୦୦,୦୦୦ ମିଳିଛି ।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲା ପାଇଁ ୪,୬୨,୮୦,୬୯୨ କୋଟି ଟଙ୍କା ମଂଜୁର କରିଛନ୍ତି । ପୂର୍ବରୁ ସମ୍ବଲପୁର ଜିଲ୍ଲାକୁ ୧୧,୫୦,୦୦,୦୦୦ପ୍ରଦାନ କରା ଯାଇଥିଲ।। ଏହା ପରେ ଜିଲ୍ଲାକୁ ମୋଟ ୧୬,୧୨,୮୦,୬୯୨ ମିଳିଛି ।

Leave A Reply

Your email address will not be published.