୫-୬ ଦିନ ପରେ କମିବ ସଂକ୍ରମଣ !

162

ଭୁବନେଶ୍ୱର : ଆସନ୍ତା ୫/୬ ଦିନ ପରେ କମିପାରେ ସଂକ୍ରମଣ । ଏଭଳି ଅନୁମାନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଶୁକ୍ରବାର ଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ନେଇ ସେ କହିଛନ୍ତି ଯେ ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି । ତେଣୁ ୩-୪ ଦିନ ଏଭଳି ସ୍ଥିତି ରହିବ । ୫-୬ ଦିନ ପରେ କର୍ଭ ଫ୍ଲାଟ ହୋଇ ସଂକ୍ରମଣ କମିବା ଆରମ୍ଭ କରିବ । ଲକଡାଉନ ନିହାତି କାମ ଦେବ ମାତ୍ର ଲୋକେ ନିୟମ ମାନିବା ଦରକାର । ଆତଙ୍କିତ ହେବା ଦରକାର ନାହିଁ । ଘରେ ରହିଲେ ସଂକ୍ରମିତ ସଂଖ୍ୟା କମିବ । ଅପରପକ୍ଷରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ମୃତ୍ୟୁହାର କମ୍ ରହୁଛି । ସଂକ୍ରମିତଙ୍କ ସଂଖ୍ୟା କମିଲେ ମୃତ୍ୟୁହାର ମଧ୍ୟ କମିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.