ରାଜ୍ୟରେ ଗୋଟିଏ ଦିନରେ ୯୭୯୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬

161

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯୭୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୫୭୫୬୯ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୯୪୮୨୯ ରହିଛି ।

ଆଜି ଚିହ୍ନଟ ହୋଇଥିବା ୯୭୯୩ ଜଣଙ୍କ ମଧ୍ୟରୁ ୫୫୩୪ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୨୫୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୫୧୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।

ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧୪ ଜଣ, ବରଗଡ଼ରୁ ୨୭୦ ଜଣ, ଭଦ୍ରକରୁ ୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୧୫୨, କଟକରୁ ୬୪୧ ଜଣ, ଦେବଗଡ ଜିଲ୍ଲାରୁ ୧୨୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୧ ଜଣ, ଗଜପତି ଜିଲ୍ଲାରୁ ୧୧୧, ଗଞ୍ଜାମରୁ ୨୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୮୯ ଜଣ, ଯାଜପୁରରୁ ୩୭୬ ଜଣ, ଝାରସୁଗୁଡ଼ାରୁ ୪୦୪ ଜଣ, କଳାହାଣ୍ଡିରୁ ୨୨୪ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୧ ଜଣ. କେନ୍ଦ୍ରାପଡ଼ାରୁ ୧୫୮ ଜଣ, କେନ୍ଦୁଝରରୁ ୨୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୧୫୧୧ ଜଣ, କୋରାପୁଟରୁ ୧୭୪ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୬୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୯୯ ଜଣ, ନବରଙ୍ଗପୁରରୁ ୩୦୨ ଜଣ, ନୟାଗଡ଼ରୁ ୨୫୪ ଜଣ, ନୂଆପଡ଼ାରୁ ୪୦୧ ଜଣ, ପୁରୀରୁ ୩୫୧ ଜଣ, ରାୟଗଡ଼ାରୁ ୧୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୩୫୬ ଜଣ, ସୋନପୁରରୁ ୧୪୦ ଜଣ, ସୁନ୍ଦରଗଡ଼ରୁ ୧୦୧୮ ଜଣ ଓ ଷ୍ଟେଟ୍ ପୁଲରୁ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.