ପଟ୍ଟାମୁଣ୍ଡାଇ : ବ୍ଲକ୍ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଘଟଣାରେ ଗୁରୁତର ହୋଇପଡିଥିବା ଏହି କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ତାଙ୍କ ପତ୍ନୀ ରାଜନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଓଡ଼ିଶା ଜୀବିକା ମିଶନ ସଂଯୋଜକ ରଶ୍ମିରଞ୍ଜନ ଦାସ ଘରେ ଶୋଇଥିବା ବେଳେ ୫ ରୁ ୭ ଜଣ ଯୁବକ ତାଙ୍କ ଘର କବାଟ ବାଡେଇଥିଲେ । ରଶ୍ମିରଞ୍ଜନ ଉଠି କବାଟ ଖୋଲିବା ପରେ ବିଡ଼ିଓ ଡାକୁଛନ୍ତି ବୋଲି କହିଥିଲେ । ମାତ୍ର ଏଥିରେ ରଶ୍ମିଙ୍କ ସନ୍ଦେହ ହେବାରୁ ସେ ସେମାନଙ୍କ ସହିତ ଯାଇନଥିଲେ । ଫଳରେ ଯୁବକ ମାନେ ଖଣ୍ଡା ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ ।