ମାନବର ସାହସ ଓ ନିଷ୍ଠା ସମ୍ମୁଖରେ ବିଶାଳ ପର୍ବତମାଳା ମଧ୍ୟ ଛିଡାହୋଇ ପାରିବ ନାହିଁ: ସାଧ୍ୱୀ ଋତୁମ୍ଭରା

193

-‘ହମ ଜିତେଙ୍ଗେ-ପଜିଟିଭିଟି ଅନ୍‌ଲିମିଟେଡ’ ବ୍ୟାଖ୍ୟାନମାଳାର ଚତୁର୍ଥ ଦିନରେ ସନ୍ଥ ଜ୍ଞାନଦେବ ସିଂହ ଓ ସାଧ୍ୱୀ ଋତୁମ୍ଭରାଙ୍କ ଉଦ୍‌ବୋଧନ
-ଆଧ୍ୟାତ୍ମିକ ଗୁରୁମାନେ ସମାଜର ଅନ୍ତର୍ନିହିତ ଶକ୍ତି ଜାଗ୍ରତ କରି କରୋନା ସଂକଟ ଉପରେ ବିଜୟୀ ପାଇଁ ଆହ୍ୱାନ ଦେଲେ

ନୂଆଦିଲ୍ଲୀ: କୋଭିଡ ରେସପନ୍ସ ଟିମ୍‌,ଦିଲ୍ଲୀ ଦ୍ୱାରା ଅନୁଷ୍ଠିତ ହେଉଥିବା ‘ହମ ଜିତେଙ୍ଗେ-ପଜିଟିଭିଟି ଅନ୍‌ଲିମିଟେଡ’ ଶୀର୍ଷକ ବ୍ୟାଖ୍ୟାନମାଳାର ଚତୁର୍ଥ ଦିବସରେ ସନ୍ଥ ଜ୍ଞାନଦେବ ସିଂହ ଓ ସାଧ୍ୱୀ ଋତୁମ୍ଭରା ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତର ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରାକୁ ଅନୁସରଣ କରି ସମାଜ ଅର୍ନ୍ତନିହିତ ଶକ୍ତି ଜାଗ୍ରତ କର ତେବେ ଯାଇ କରୋନା ସଙ୍କଟକୁ ସଫଳତାର ସହ ସାମ୍ନା କରି ପାରିବ । ବିପରୀତ ପରିସ୍ଥିତିରେ ନିଜକୁ ଅସହାୟ ମନେ କରିବା ପରିବର୍ତେ ଦୃଢ ମନ ସହିତ ସଙ୍କଳ୍ପ ନେଲେ ଏହି ଆହ୍ୱାନର ମୁକାବିଲା କରି ବିଜୟ ପ୍ରାପ୍ତ ହୋଇ ପାରିବ ।

ବାତ୍ସଲ୍ୟଧାମ, ବୃନ୍ଦାବନର ପୂଜ୍ୟ ଦିଦିମା ସାଧ୍ୱୀ ଋତୁମ୍ଭରା ତାଙ୍କ ମାର୍ଗଦର୍ଶନରେ କହିଲେ ଯେ, ବିପରୀତ ପରିସ୍ଥିତିରେ ହିଁ ସମାଜର ଧୈର୍ଯ୍ୟ ପରୀକ୍ଷା ହୋଇଥାଏ । ଏଭଳି କଠିନ ପରିସ୍ଥିତିରେ ଆମର ସମଗ୍ର ଦେଶ ଏକ ବିଚିତ୍ର ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଏହି ସମୟରେ ଆମକୁ ଆମର ଆଭ୍ୟନ୍ତରୀଣ ଶକ୍ତି ଜାଗ୍ରତ କରିବାକୁ ପଡିବ ।

ସେ କହିଛନ୍ତି ଯେ, ‘ମଣିଷର ସାହସ ଏବଂ ନିଷ୍ଠା ସାମ୍ନାରେ ବଡ ବଡ ପର୍ବତ ମଧ୍ୟ ତିଷ୍ଠି ପାରନ୍ତି ନାହିଁ । ଯେତେବେଳେ ନଦୀ ପ୍ରବାହିତ ହୁଏ, ସେତେବେଳେ ବଡ ବଡ ପଥରକୁ ବାଲିରେ ପରିଣତ କରିପାରିବାର କ୍ଷମତା ରଖିଥାଏ । ତେଣୁ ଏହି ଭୟଙ୍କର ପରିସ୍ଥିତିରେ ଅସହାୟ ହେଲେ ସମସ୍ୟାର ସମାଧାନ ହେବ ନାହିଁ , ତୁମକୁ ନିଜ ଭିରତର ଶକ୍ତି ଜାଗ୍ରତ କରିବାକୁ ହେବ ।’

ପ୍ରତ୍ୟେକ ସଙ୍କଟର ସମାଧାନ ଅଛି, କିନ୍ତୁ ସମାଧାନ ସେତେବେଳେ ଯାଇ ଆସେ ଯେତେବେଳେ ମାନବ ନିଜ ଉପରେ ବିଶ୍ୱାସ କରେ । ଯେତେବେଳେ ମଣିଷ ନିଜର ଆରାଧ୍ୟ ଏବଂ ଇଷ୍ଟଙ୍କ ଉପରେ ଭରସା କରେ । ସେହି ବିଶ୍ୱାସ ସହିତ ଆମେ ଏହି ମହାମାରୀକୁ ଦୁର କରି ପାରିବା ।
ମୁଁ ସମସ୍ତ ଭାରତୀୟଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଅଭିଯୋଗ ବଦଳରେ ସମସ୍ତେ ନିଜ ନିଜର ଆତ୍ମବିଶ୍ୱାସ , ଆତ୍ମ-ସଂଯମତା ଏବଂ ଆତ୍ମନିର୍ଭରଶୀଳତାକୁ ଜାଗ୍ରତ କରିବା ଉଚିତ । ଯଦି ଏହି ସବୁ ପରିସ୍ଥିତି ମଧ୍ୟରେ ଆମର ଶକ୍ତି କେବଳ ନକରାତ୍ମକ ଚିନ୍ତାଧାରାରେ ବ୍ୟବହୃତ ହୁଏ, ତେବେ କାମ କରିବାର କ୍ଷମତା ଏବଂ କିଛି ନୂଆ ଚିନ୍ତା କରିବାର କ୍ଷମତା ସମାପ୍ତ ହୋଇଯିବ ବୋଲି ପୂଜ୍ୟ ଦିଦିମା ପ୍ରକାଶ କରିଛନ୍ତି ।

ନିର୍ମଳର ଶ୍ରୀ ପଂଚାୟତ ଆଖଡା ପୀଠାଧୀଶ୍ୱର ମହନ୍ତ ସନ୍ଥ ଜ୍ଞାନଦେବ ସିଂହ କହିଲେ ଯେ, ଭୟଭୀତ ହେବାର କି ମନୋବଳକୁ ହରାଇବାର କୌଣସି ଆବଶ୍ୟକତା ନାହିଁ, କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ବର୍ତମାନ ଏହି ସଂକ୍ରମଣର ସମୟ ଚାଲୁଅଛି । ପୃଥିବୀରେ କୌଣସି ଆପଦ ବିପଦ ସଦା ସର୍ବଦା ସ୍ଥିର ହୋଇ ରହେ ନାହିଁ । ଦୁଃଖ ଆସିଛି, ଏହା ଦୂର ହୋଇଯିବ, ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

‘ଯଦି କେହି ସଂକ୍ରମିତ ହୁଅନ୍ତି, ତେବେ ସେ ଇଶ୍ୱରଙ୍କ ବିିଷୟରେ ଚିନ୍ତା କରିବା ଉଚିତ, ଗୀତା ପଢନ୍ତୁ, ଗୁରୁବାଣୀ ପାଠ କରନ୍ତୁ । ନିଜ ଶରୀରକୁ ସୁସ୍ଥ ରଖନ୍ତୁ ଓ ମନକୁ ମଧ୍ୟ ସୁସ୍ଥ ରଖନ୍ତୁ । ମନ ଜିତେ, ବିଶ୍ୱଜିତେ । ଯଦି ତୁମର ମନ ସୁସ୍ଥ ରୁହେ ତେବେ ତୁମେ ମଧ୍ୟ ସୁସ୍ଥ ରହିବ । ତୁମ ଉପରେ କୌଣସି କୁପ୍ରଭାବ ପଡିବ ନାହିଁ । ’

ଭାରତୀୟ ପରମ୍ପରାଗତ ଜୀବନଶୈଳୀରେ ଏହି ସବୁ ତତ୍ୱ ପ୍ରଥମରୁ ହିଁ ଅର୍ନ୍ତନିହତ ରହିଛି । କେବଳ ତାହାକୁ ପାଳନ କରିବା ପାଇଁ ଆମ ଚିକିତ୍ସକମାନ ମଧ୍ୟ କହୁଛନ୍ତି । ଏହି ସମୃଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ଅନୁସରଣ କରି ଆମେ ସମସ୍ତେ ସୁସ୍ଥ ରହି ପାରିବା । ତେଣୁ, ଆବଶ୍ୟକତା ହେଉଛି ଆମେ ଏହି ସମୃଦ୍ଧ ପରମ୍ପରାଗୁଡିକୁ ଚିହ୍ନଟ କରି ସେଗୁଡିକୁ କାର୍ଯ୍ୟରେ ଲଗାଇବା ଉଚିତ ବୋଲି ସନ୍ଥ ଜ୍ଞାନଦେବ ମହାରାଜ ପ୍ରକାଶ କରିଛନ୍ତି ।

ଏହି ବକ୍ତୃତା ଧାରାବିହିକ ୧୦୦ରୁ ଉର୍ଦ୍ଧ୍ୱ ମିଡିଆ ପ୍ଲାଟ ଫର୍ମରେ ମେ ୧୧ ତାରିଖୁ ୧୫ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪.୩୦ରେ ପ୍ରସାରିତ ହେଉଛି । ମେ ୧୫ ତାରିଖ ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘ ଚାଳକ ଡ. ମୋହନ ଭାଗବତ ଏହି ବ୍ୟାଖ୍ୟାନମାଳାରେ ଦେଶକୁ ସମ୍ବୋଧିତ କରିବେ ।

Leave A Reply

Your email address will not be published.