ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୭୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୮୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୧୪୫୩୨ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୧୦୬୦୬୧ ରହିଛି ।
ଆଜି ଚିହ୍ନଟ ହୋଇଥିବା ୧୦୭୫୭ ଜଣଙ୍କ ମଧ୍ୟରୁ ୬୦୨୪ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୭୩୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କଟକ ଜିଲ୍ଲାରେ ସବୁଠାରୁ ଅଧିକ ୯୭୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୬୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୫୪ଜଣ, ବରଗଡ଼ରୁ ୪୦୪ ଜଣ, ଭଦ୍ରକରୁ ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୫୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୧୩୩, କଟକରୁ ୯୭୩ ଜଣ, ଦେବଗଡ ଜିଲ୍ଲାରୁ ୧୦୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮୯ ଜଣ, ଗଜପତି ଜିଲ୍ଲାରୁ ୧୪୧, ଗଞ୍ଜାମରୁ ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୧୯ ଜଣ, ଯାଜପୁରରୁ ୨୮୧ଜଣ, ଝାରସୁଗୁଡ଼ାରୁ ୩୮୮ ଜଣ, କଳାହାଣ୍ଡିରୁ ୧୨୫ ଜଣ, କନ୍ଧମାଳ ଜିଲ୍ଲାରୁ ୮୭ ଜଣ. କେନ୍ଦ୍ରାପଡ଼ାରୁ ୧୪୮ ଜଣ, କେନ୍ଦୁଝରରୁ ୨୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୯୦୯ ଜଣ, କୋରାପୁଟରୁ ୨୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୪୫୪ ଜଣ, ନବରଙ୍ଗପୁରରୁ ୩୮୬ଜଣ, ନୟାଗଡ଼ରୁ ୨୨୭ ଜଣ, ନୂଆପଡ଼ାରୁ ୫୦୨ ଜଣ, ପୁରୀରୁ ୩୫୦ ଜଣ, ରାୟଗଡ଼ାରୁ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୪୯୪ ଜଣ, ସୋନପୁରରୁ ୨୪୫ ଜଣ, ସୁନ୍ଦରଗଡ଼ରୁ ୮୩୨ ଜଣ ଓ ଷ୍ଟେଟ୍ ପୁଲରୁ ୨୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।