ଅସହାୟ, ଗରିବ ଓ ବୁଲା ଗୋରୁ-ଗାଈଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଯୁବ ସମାଜସେବୀ ସୂର୍ଯ୍ୟବଂଶୀ ସୂରଜ

247

ଭଦ୍ରକ : ସାରା ବିଶ୍ବରେ କରୋନା ମହାମାରୀର ଦ୍ବିତୀୟ ଲହରୀ ଅତି ଭୟଙ୍କର ରୂପ ଧାରଣ କରିଛି । ଏହି ଦ୍ବିତୀୟ ଲହରୀର ଆମ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଉଦ୍ଧ୍ର୍ବ ହେଉଥିବାବେଳେ ଭଦ୍ରକ ଜିଲାରେ ପ୍ରାୟ ୪ ଶହ ରହୁଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୫ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା । ତେବେ ସଂକ୍ରମଣ ହାର କମୁନଥିବା ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଲକ୍ଡାଉନ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଏହି ଲକଡାଉନ୍ ଯୋଗୁଁ ଜୀବନ ଜୀବିକା ଦୁର୍ବସିହ ହୋଇପଡିଛି । ବହୁ ଅସହାୟ, ଗରିବ ଓ ବୁଲା ଗୋରୁଗାଈ ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ଏଭଳି ଘଡିସନ୍ଧି ମୁହୂତ୍ରରେ ଭଦ୍ରକର ଯୁବ ସମାଜସେବୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକର ବିଭିନ୍ନ ଛକ, ବସ୍ଷ୍ଟାଣ୍ଡ, ରେଲୱେଷ୍ଟେସନରେ ରହୁଥିବା ଅସହାୟ ଓ ଗରିବ ବ୍ୟକ୍ତିମାନଙ୍କୁ ଖାଦ୍ୟ ଯୋଗାଇବା ସହ ରାସ୍ତାଘାଟରେ ବୁଲୁଥିବା ଗୋରୁ-ଗାଈ, କୁକୁରଙ୍କୁ ମଧ୍ଯ ଖାଦ୍ୟ ଦେଉଛନ୍ତି । ଏଥିରେ ତାଙ୍କୁ ବାପୁଲା ମହାପାତ୍ର, ଦେବାଂଶୁ ରାଉତ, ଦେବବ୍ରତ ଦାସ ଓ ଦେବାଶିଷ ମଲ୍ଲିକ ପ୍ରମୁଖ ସହେଯାଗ କରିଛନ୍ତି ।

Leave A Reply

Your email address will not be published.