ବଙ୍ଗୋପସାଗରରେ ଆସୁଛି ବାତ୍ୟା, ଓଡିଶା ଉପରେ ପଡିପାରେ ପ୍ରଭାବ

150

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
୨୨ ତାରିଖରେ ଉତର ଆଣ୍ଡାମାନ ସାଗର ଓ ପୂର୍ବମଧ୍ୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଂଟା ପରେ ବାତ୍ୟା ରୂପ ନେବ । ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର । ବାତ୍ୟାରେ ପରିଣତ ହୋଇ ଏହା ଉତର-ପଶ୍ଚିମ ଦିଗରେ ଆଗେଇବ । ତବେ କେଉଁଠି କେତେବେଳେ ଏହାର ପ୍ରଭାବ ପଡିବ ତାହା ଏବେଠୁ କହିହେବ ନାହିଁ । ବାତ୍ୟାର ତ୍ରୀବତା କେତେ ରହିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡିବ । ତେବେ ୨୬ ତାରିଖରେ ଉପକୂଳ ଛୁଇଁପାରେ ବାତ୍ୟା ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଂଚିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.