କାଲିଠୁ ପୁଣି ଟିକାକରଣ ଆରମ୍ଭ

156

ଭୁବନେଶ୍ୱର : ଭୁବନେଶ୍ୱରରେ ଆସନ୍ତାକାଲି (ଗୁରୁବାର)ଠାରୁ ପୁଣି ଥରେ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଆଜି (ବୁଧବାର) ସଂଧ୍ୟା ୬ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ ୧୮ରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଉର୍ଦ୍ଧ ବର୍ଗଙ୍କ ପାଇଁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୨୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଟିକାକରଣ କରାଯିବ । ୧୮ରୁ ୪୪ ବର୍ଷ ବର୍ଗପାଇଁ ଟିକାକରଣ ସମୟ ସକାଳ ୮ଟା ୩୦ରୁ ଅପରାହ୍ନ ୧ଟା ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗଙ୍କ ପାଇଁ ଅପରାହ୍ନ ୩ଟାରୁ ୬ଟା ସମୟ ଧାର୍ଯ୍ୟ କରାଯାଇଛି । ସ୍ଲଟ୍ ବୁକିଂ ଓ ଆପୋଂଟମେଂଟ ସ୍ଲିପ୍ ବିନା ଟିକାଦାନ କେନ୍ଦ୍ରକୁ ନ ଆସିବାକୁ ବିଏମସି ଅନୁରୋଧ କରିଛି ।

Leave A Reply

Your email address will not be published.