ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ବିଶ୍ୱନାଥପୁର ପଚାଂୟତରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ଦୁଇ ଦିନ ମଧ୍ୟରେ ୫ ଜଣ ଜ୍ୱର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୨୦ ଦିନ ମଧ୍ୟରେ ଏହି ପଚାଂୟତରେ ୧୬ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସରପଚଂ ବାସନ୍ତୀ ଦାସ ସୂଚନା ଦେଇଛନ୍ତି । ସେଥି ମଧ୍ୟରୁ ୯ ଜଣ ମହିଳା ଓ ୭ ଜଣ ପୁରୁଷ ବିଭିନ୍ନ ହସ୍ପିଟାଲରେ ଓ ନିଜ ଘରେ ପ୍ରାଣ ହରାଇଛନ୍ତି । ମେଡ଼ିକାଲ ଟିମ୍ ଆସି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ୍ କରିବା ପାଇଁ ବିଡ଼ିଓ ପ୍ରଶନ୍ନ କୁମାର ପାତ୍ରଙ୍କୁ ସରପଚଂ ଅବଗତ କରାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.