ପୁଣି ଦୁଇ ସେବାୟତ କରୋନା ପଜିଟିଭ୍ ଚିହ୍ନଟ

156

ପୁରୀ : ଆଜି ଆଉ ଦୁଇ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହାରଣା ଓ ଜଣେ ଭୋଇ ସେବାୟତ ରହିଛନ୍ତି । ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ମହାରଣା ଓ ଭୋଇ ସେବକ ରଥ କାମ କରୁନଥିଲେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଏଠାରେ ଉଲ୍ଲେଖଯୋଗ୍ୟ, ରଥ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କୁ ମଧ୍ୟରୁ ଆଜିକୁ ମିଶାଇ ୨୦ ଜଣ ପଜିଟିଭ୍ ଚିହ୍ନଟ ହେଲେଣି । ପ୍ରଥମ ପର୍ଯ୍ୟାୟରେ ୮ ଜଣ, ଗତକାଲି ୧୦ ଜଣ ଓ ଆଜି ଦୁଇ ଜଣ ସେବାୟତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ଼୍ କେୟାର ସେଂଟରରେ ରଖାଯାଇ ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.