ସାମୁଦ୍ରିକ ଝଡ଼ ୟାଶ ପାଇଁ ପାରାଦୀପ ବନ୍ଦର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

159

ପାରାଦ୍ଵୀପ : ସମ୍ଭାବ୍ୟ ବାତ୍ୟା ୟାଶ୍ କୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ସମସ୍ତ ଜାହାଜକୁ ସମୁଦ୍ର ଭିତରକୁ ପଠାଇ ଦିଆଯାଇଛି। ଆସନ୍ତା କାଲି ଅପରାହ୍ନ ଦୁଇଟା ସୁଦ୍ଧା ବନ୍ଦରର ସମସ୍ତ କାର୍ଯ୍ୟ ବନ୍ଦ କରାଯିବ। ବନ୍ଦର ନିଷିଦ୍ଧାଞ୍ଚଳ ରେ ଥିବା ଟ୍ରକ୍ ଓ ଡମ୍ପର ଗୁଡିକରୁ ପଣ୍ୟ କାଢ଼ିବା ସହିତ ସକାଳ ସୁଦ୍ଧା ସେମାନଙ୍କୁ ବନ୍ଦର ନିଷିଦ୍ଧାଞ୍ଚନରୁ ବାହାରକୁ ବାହାର କରିଦିଆ ଯିବ । ସମସ୍ତ ବଡ଼ ବଡ଼ ମେସିନ ଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖାଯିବ। ବନ୍ଦର ପକ୍ଷରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖାଯାଇଛି ଏବଂ ୬ ଟି ବାତ୍ୟା ଆଶ୍ରୟସ୍ଥଳୀ ରେ ବନ୍ଦର ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ବୋଲି ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ବିନୀତ କୁମାର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ଵୀପ ବନ୍ଦରାଞ୍ଚଳ ସମେତ ପାରାଦୀପ ଉପକୂଳରେ ବସବାସ କରୁଥିବା ଅଧିବାସୀ ମାନଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବାତ୍ୟା ୟଶ୍ କୁ ସଠିକ୍ ପରିଚାଳନା ସହିତ ସରକାରଙ୍କ ଜିରୋ କାଜୁଆଲଟି କୁ ପ୍ରାଧାନ୍ୟ ଦେବାପାଇଁ ପାରାଦ୍ଵୀପ ରେ ପହଞ୍ଚିଛନ୍ତି ଆଇଜି ଅପରେସନ ଅମିତାଭ ଠାକୁର ଓ ଜଗତସିଂହପୁର ଏସପି ପ୍ରକାଶ ଆର । ଉଭୟ ପାରାଦ୍ଵୀପ ଥାନାରେ ପହଞ୍ଚିଛି ସମିକ୍ଷା କରିବା ସହିତ ଏନଡିଆରେଫ ଓ ଓଡ୍ରାଫ ଟିମ୍ ସହିତ ଆଲୋଚନା କରି ବାତ୍ୟା ସମୟରେ ଓ ବାତ୍ୟା ପରର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଷଣ୍ଢକୁଦ ବସ୍ତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆସନ୍ତା କାଲି ସକାଳୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଆଇ ଜି ଅମିତାଭ ଠାକୁର ଓ ଏସ ପି ଆର ପ୍ରକାଶ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ଅପରପକ୍ଷରେ ପାରାଦ୍ଵୀପରେ ବାତ୍ୟା ୟଶ୍ ର ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି ।

ସକାଳୁ ତୁହାକୁ ତୁହା ବର୍ଷା ସହିତ ପବନ‌ହେଉଥିବା ବେଳେ ୪ଟା ପରେ ସମ୍ପୁର୍ଣ୍ଣ କଳା ମେଘ ରେ ଆଛାଦିତ ରହିଛି ଏବଂ ବର୍ଷା ମଧ୍ୟ ହେଉଛି । ଯାହାକୁ ଲକ୍ଷ୍ୟକରି ପାରାଦ୍ଵୀପ ମ୍ୟୁନିସିପାଲଟି ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ମାଇକ ଯୋଗେ ସୂଚନା ଦିଆଯାଇଛି। ମୁଖ୍ୟତଃ ସମୁଦ୍ର କୂଳିଆ ଷଣ୍ଢକୁଦ , ନୂଆବଜାର ଓ ନେହେରୁ ବଙ୍ଗଳା ବସ୍ତି ଅଞ୍ଚଳରେ‌ ପ୍ରଚାର କରାଯାଇଛି । କାଲି ସକାଳ ସୁଦ୍ଧା ସମସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ କରାଯିବ। ଯେଉଁମାନେ ନଯିବେ ସେମାନଙ୍କୁ ଜୋରଜବରଦସ୍ତି ନେବା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି ।

Leave A Reply

Your email address will not be published.