ବାଦାମର ଉଚିତ ମୂଲ୍ୟ ପାଇବାରୁ ଚାଷୀ ବଞ୍ଚିତ

151

ମାଲକାନଗିରି : ଗତ ବର୍ଷଠାରୁ କୋଭିଡ୍ କଟକଣା ଲାଗୁ ହେବା ପରେ ହଜାର ହଜାର ଶ୍ରମିକ ନିଜ ଭିଟା ମାଟିକୁ ଫେରି ଏଠାରେ ରହି ନିଜର ଗୁଜୁରାଣ ମେଣ୍ଟାଇବାକ ଅନେକ ଲୋକ ଗାଁରେ ରହି କ୍ଷୁଦ୍ର ବ୍ୟବସାୟ ଓ ଚାଷବାସରେ ମନୋନିବେଶ କରିଥିଲେ । ଚଳିତ ବର୍ଷ ରବି ଋତୁରେ ପଡିଆ ବ୍ଳକର ବିଭିନ୍ନ ସ୍ଥାନରେ ଅନେକ ସଂଖ୍ଯାରେ ଚାଷୀ ଶହ ଶହ ଏକର ବାଦାମ ଚାଷ କରିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ବାଦାମ ଅମଳ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ଚାଷୀଙ୍କ ବିଲରେ ଶହ ଶହ କୁଇଣ୍ଟାଲ ବାଦାମ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏହି ବାଦାମ ବିକ୍ରି ପାଇଁ ଲ୍ୟାମ୍ପସ୍ ପକ୍ଷ୍ୟରୁ ମଣ୍ଡି ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଚଳିତ ବର୍ଷ ପଡିଆ ସମବାୟ ସମିତି ପକ୍ଷ୍ୟରୁ ଏ ଯାଏଁ କୌଣଷି ମଣ୍ଡି ଖୋଲାଯାଇ ନାହିଁ ।

ଅନ୍ୟପଟେ ଏହାର ସୁଯୋଗ ନେଇ ବାଦାମ ବ୍ୟବସାୟୀ ମାନେ ନଗଦ ଅର୍ଥର ପ୍ରଲୋଭନ ଦେଖାଇ ସର୍ବନିମ୍ନ ମୂଲ୍ୟ ଠାରୁ ମଧ୍ୟ କମ୍ ଦରରେ ଚାଷୀଙ୍କ ଠାରୁ ବାଦାମ କିଣୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ଅମଳ ପରେ ବାଦାମ ଦୀର୍ଘ ଦିନ ଧରି ଘରେ ରଖିଲେ ନଷ୍ଟ ହେବା ଭୟ ରହୁଥିବାରୁ ସରକାରୀ ମଣ୍ଡି ପାଇଁ ଅପେକ୍ଷା ନକରି ଅପେକ୍ଷାକୃତ କମ୍ ଦରରେ ମଧ୍ୟ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ମଣ୍ଡିରେ ମାନ ଦର୍ଶାଇ କାଣ୍ଟଛାଣ୍ଟ କରାଯାଉଥିବା ଆଶଙ୍କା କରି ମଧ୍ୟ ଚାଷୀ ସ୍ଥାନୀୟ ବ୍ୟବସାୟୀଙ୍କୁ ସ୍ଵଳ୍ପ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ବାସୁଦେବ ସରଦାର, ଅଭିମନ୍ୟୁ ଅଧିକାରୀ, ହିରଣ୍ୟମ ଘରାମୀ, ସୌମେନ୍ ରାୟ, ସୁବ୍ରତ ରାୟ, ଗୋପାଳ ବିଶ୍ବାସ ପ୍ରମୁଖ ଚାଷୀ କହିଛନ୍ତି ।

ଚଳିତ ବର୍ଷ ପଡିଆ ଲ୍ୟାମ୍ପସ୍ ଅନ୍ତର୍ଗତ ପଡିଆ, ଏମଭି ୭୯ ଓ ପୁଷୁଗୁଡା ମଣ୍ଡିରେ ପ୍ରାୟ ୨୫୩ ଜଣ ନାମ ପଞ୍ଜୀକରଣ କରିଥିବା ଜଣାପଡିଛି । ଅନ୍ୟପଟେ ଆସନ୍ତା ସପ୍ତାହରୁ ସୋମବାର ଦିନ ପଡିଆ, ବୁଧବାର ଦିନ ଏମଭି ୭୯ ଓ ଶୁକ୍ରବାର ଦିନ ପୁଷୁଗୁଡା ଠାରେ ବାଦାମ ମଣ୍ଡି ଖୋଲାଯିବ ବୋଲି ପଡିଆ ଲ୍ୟାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ଏସ୍ ରାଜେନ୍ଦ୍ର ପ୍ରସାଦ କହିଛନ୍ତି । ତେବେ ରବି ଋତୁରେ ମଣ୍ଡି ବ୍ୟବସ୍ଥା କରି ଚାଷୀଙ୍କୁ ଲାଭଖୋର ବ୍ୟବସାୟୀଙ୍କ ଠାରୁ ରକ୍ଷା କରିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଯୋଗାଇ ଦେବାରେ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଦାବୀହେଉଛି । ଏହି ପରପେକ୍ଷିରେ ପଡିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମଣ୍ଡି ବ୍ୟବସ୍ଥା କରି ଚାଷୀଙ୍କ ଠାରୁ ବାଦାମ କିଣାଯିବା ଦିଗରେ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ସାଧାରଣରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.