ମହୁପଦର ଗ୍ରାମରେ ବିଏସଏଫ କ୍ୟାମ୍ପ ସ୍ଥାପିତ

188

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ଼ ରାଜ୍ୟ ସୀମାକୁ ଲାଗି ରହିଥିବା ଦୁର୍ଗମ ଗ୍ରାମ ମହୁପଦର ଏକ ବିଏସଏଫ କ୍ୟାମ୍ପ ସ୍ଥାପିତ ହୋଇଛି । ଏଠାରେ ଥିବା ତୁଳସୀ ପାହାଡ଼ ଦୁଇ ରାଜ୍ୟକୁ ଭାଗ କରୁଛି । ଏହି ପାହାଡ଼ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ । ମାଓବାଦୀ ମାନେ ଉଭୟ ରାଜ୍ୟରେ ହିଂସାକାଣ୍ଡ ଘଟାଇବା ପରେ ଆସି ଏଠାରେ ଆତ୍ମଗୋପନ କରିଥାନ୍ତି । କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ କ୍ଷେତ୍ରରେ ଯବାନ ମାନେ ସଫଳତା ହାସଲ କରିବେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂହ, କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟ, ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦୟାନିଧି ଖିଲାରୀ, ଡେପୁଟି କମାଣ୍ଡାଣ୍ଟ ଶୁଭରଞ୍ଜନ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାରସିଂହ, ମନୀଷ କୁମାର ଗୁପ୍ତା, ପ୍ରକାଶ ସିଂହ, ଛତିଶଗଡ ପୁସପାଲ ଥାନା ଅଧିକାରୀ ହୁବଲାଲ ଚନ୍ଦ୍ରକାର, ମହୁପଦର ସରପଞ୍ଚ ବସନ୍ତ ମାଢି ପ୍ରମୁଖ ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ ଆଖ ପାଖ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.