କାଶୀନଗରରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

162

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ମହକୁମା ୩ନଂ ୱାର୍ଡରେ ଗତକାଲି ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗି ୩ଟି ପରିବାରର ୯ ବଖରା ଘର ପୋଡି ଯାଇଥିବା ସୂଚନା ମିଳିଛି । ଏଥିରେ ୩ ପରିବାରର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ଲକ୍ଷାଧିକ ଟଙ୍କା ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟସମ୍ପୂର୍ଣ୍ଣା ରାଉତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ଅନୁକମ୍ପା ମୂଳକ ସାହାଯ୍ୟ ପ୍ରଦାନ କରିଥିଲେ । ବିଜେଡି ନଗର ସଭାପତି ରଘୁରାମ ସାହୁ ଅଗ୍ନିଶମ ବିଭାଗ ଓ ପ୍ରଶାସନ ଅଧିକାରୀଙ୍କୁ ସୂଚନା ଦେବା ସହ ବିପନ୍ନ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.