ନୟାଗଡ଼, : ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ନୟାଗଡ଼ କଇଥଗାଡ଼ିଆଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଖୁଣ୍ଟୁବନ୍ଧ, ଜେମାଦେଇପୁରପାଟଣା ଓ କାଳିକାପ୍ରସାଦ ପଞ୍ଚାୟତ ସମେତ ନୟାଗଡ଼ ପୈାର ପରିଷଦ ଏବଂ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରୁ ହଜାର ହଜାର କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳର ସ୍ୱଚ୍ଛ ଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଉଥିବା ଜନହିତକର କାର୍ଯ୍ୟକୁ ଗୁରୁତ୍ୱ ଦେଇ ଶୋଭାଯାତ୍ରା କରାଯାଇଥିଲା । କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ୍, ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ସରପଞ୍ଚ ଏବଂ ସମିତି ସଭ୍ୟମାନେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.