କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ

Protest by Kisan Morcha

167

କେନ୍ଦ୍ରାପଡ଼ା, : ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦେଶବ୍ୟାପି ପ୍ରତିବାଦ ଦିବସ ପାଳନ ପରିପ୍ରେକ୍ଷୀରେ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ ସହିତ କୃଷକ ଆନ୍ଦୋଳନକୁ ଯୋଡି ନ୍ୟୁଜକ୍ଲିକ ଉପରେ ହୋଇଥିବା ମିଥ୍ୟା ଏବଂ ଆଇଆରର ନକଲକୁ ପୋଡା ଯାଇଥିଲା । ପ୍ରକାଶ ଥାଉକି ମୋଦି ସରକାର ହାରିବା ଭୟରେ ଔଷଧ ନିମନ୍ତେ ତାଟିଆ କାମୁଡୁଛି । ସମସ୍ତ ବିରୋଧୀ ଦଳ ନେତାଙ୍କ ବିରୋଧରେ ମିଥ୍ୟା କେଶ ଦେଇ ଜେଲରେ ପୁରାଇବା, ମୋଦି ସରକାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ନ୍ୟୁଜକ୍ଲିକ ଭଳି ସମ୍ବାଦ ସରବରାହ ସଂସ୍ଥା ବିରୋଧରେ ଦେଶ ବିରୋଧୀ ଭଳି ସଂଗୀନ ଅଭିଯୋଗ ଆଣି ତାହାର ଦୁଇ ଜଣ ସାମ୍ବାଦିକଙ୍କୁ ଜେଲରେ ଭର୍ତ୍ତି କରିବା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନକୁ ସେଥିରେ ଯୋଡି ଏପଆଇଆର ଦେବା ଭଳି ହୀନ କାର୍ଯ୍ୟ ମୋଦି ସରକାର କରୁଛି । ଏହାସହିତ ଐତିହାସିକ କୃଷକ ଆନ୍ଦୋଳନ ବିରୋଧରେ ଅପ ପ୍ରଚାର କରିବା, କୃଷକ ଆନ୍ଦୋଳନକୁ ବିଦେଶୀ, ଦେଶ ବିରୋଧୀ ଓ ସନ୍ତ୍ରାସବାଦୀମାନଙ୍କ ଠାରୁ ଆର୍ଥିକ ସହାୟତା ମିଳିଛି ବୋଲି ସଂଗୀନ ଅଭିଯୋଗ କରି ନିନ୍ଦିତ କରିବାକୁ ପ୍ରୟାସ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ତୁରନ୍ତ ସେହି ଏପଆଇଆରକୁ ପ୍ରତ୍ୟାହାର କରିବା ସହିତ ଜେଲରେ ଥିବା ଦୁଇଜଣ ସାମ୍ବାଦିକଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ଆଜିର ପ୍ରତିବାଦ ବିକ୍ଷୋଭରେ ଏଆଇକେଏସ ନେତା ଆଦିକନ୍ଦ ରାଉଳ ସଭାପତିତ୍ୱ କରିଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳ, କିଷାନ କଂଗ୍ରେସ ଜିଲ୍ଲା ସଭାପତି ନାରାୟଣ ପରିଡା, ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ବିଜୟ ଦାସ, ଅଜୟ ସାମଲ, କର୍ମଚାରି ନେତା ନରୋତ୍ତମ ପାର୍ଥସାରଥୀ, ଆଇଏନଟିୟୁସି ସଭାପତି ମୁକ୍ତାର ଖାଁ, ଏଆଇକେକେଏମଏମ ନେତ୍ରୀ ଏଲୀନା ସାମନ୍ତରାୟ, ବାମପନ୍ଥୀ ନେତା ରମଣୀରଞ୍ଜନ ରାଉତରାୟ, ମହେନ୍ଦ୍ର ପରିଡା, ରମେଶ ଚନ୍ଦ୍ର ପ୍ରଧାନ, ଓସିଡବ୍ଲୁ ନେତା ମାଧବ ଦାସ, ଏଆଇକେଏସ ସମ୍ପାଦକ ବିକାଶ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.