ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ ର ମିଳିତ ଉଦ୍ୟମ ରେ ନଷ୍ଟ କରାଗଲା ଗଂଜେଇ ଚାଷ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ତହସିଲ ଅଧୀନରେ ଥିବା ମଜୁରଲେଣ୍ଡି ଓ ପରଜାପଦର ଗ୍ରାମର ଜଙ୍ଗଲ ର ୭୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଏହି ମିଳିତ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ରେ ୧ ଲକ୍ଷ ୧୨ ହଜାର ୫୦୦ ଗଂଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଯାହାର ଅନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ ଅଶୋକ ସେଠ ସୂଚନା ଦେଇଛନ୍ତି। ଏହି ମିଳିତ ଅପରେସନ ରେ ଅବକାରୀ ବିଭାଗ ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ଓଆଇସି ଜଗା ରାଓ , ଦିଲୀପ ନାୟକ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହିତ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ୍ ଚନ୍ଦ୍ର ମହାରଣା ଏବଂ ତାଙ୍କର ୩୦ ରୁ ଉର୍ଦ୍ଧ୍ବ ଷ୍ଟାପ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.