ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଖୁବ୍ଶୀଘ୍ରଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣରେସ୍ତୋରାଁ । ଏଥିପାଇଁ ପର୍ଯ୍ୟଟନ ବିଭାଗପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ସାଢେ ୬କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହିରେସ୍ତୋରାଁରେ ପର୍ଯ୍ୟଟକମାନେ ବିଭିନ୍ନରାଜକୀୟ ସେବା ପାଇବେ । ଏଥିରେପର୍ଯ୍ୟଟକମାନେ ଚିଲିକା ବୁଲିବା ସହରାତ୍ରିଯାପନ ବି କରିପାରିବେ ।ଜନ୍ମଦିନ, ବିବାହ ବାର୍ଷିକୀ, ନିର୍ବନ୍ଧ ଭଳିସାମାଜିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ୱତନ୍ତ୍ରବ୍ୟବସ୍ଥା ରହିବ । ଦୁଇ ମହଲା ବିଶିଷ୍ଟଏହି ଭାସମାନ ରେସ୍ତାରାଁରେ ମୋଟ୍୮୪ଜଣ ପର୍ଯ୍ୟଟକଙ୍କ ରହଣି ବ୍ୟବସ୍ଥାରହିବ । ଟପ୍-ଡେକରେ ୩୬ ଓମେନ୍-ଡେକରେ ୪୮ଜଣପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧାରହିବ । ତାରକା ହୋଟେଲ ଭଳି ଏସିରୁମ୍ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମେନ୍ୟୁଉପଲବ୍ଧ ହେବ । ଏସବୁର ଦର ବିପର୍ଯ୍ୟଟକଙ୍କ ପକେଟକୁ ସୁହାଇଲା ଭଳିରହିବ । ପର୍ଯ୍ୟଟକମାନେ ନିଜ ମନପସନ୍ଦର ଖାଣ୍ଟି ଓଡ଼ିଆ ପାରମ୍ପରିକଖାଦ୍ୟ ସାଙ୍ଗକୁ କଣ୍ଟିନେଣ୍ଟାଲ, ·ଇନିଜ୍ଆଦି ବିଭିନ୍ନ ପ୍ରକାର ଖାଦ୍ୟର ମଜାନେଇପାରିବେ । ପ୍ରତିବର୍ଷ ଚିଲିକାକୁବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କଆଗମନକୁ ଦୃଷ୍ଟିରେ ରଖି ପର୍ଯ୍ୟଟନବିଭାଗ ପକ୍ଷରୁ ଏହି ଭାସମାନ ରେସ୍ତାରାଁଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତିନେଇଛି । ଚଳିତ ପର୍ଯ୍ୟଟନ ଋତୁରେହିଁ ପର୍ଯ୍ୟଟକମାନେ ଏହି ସୁବିଧାପାଇପାରିବେ ବୋଲି ବିଭାଗ ପକ୍ଷରୁକୁହାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବାପାଇଁ ବିଭାଗ ପକ୍ଷରୁ ପୂର୍ବରୁ ବହୁଆଖିଦୃଶିଆ ପଦକ୍ଷେପ ନିଆଯାଇଛି ।କିଛି ସ୍ଥାନରେ ପରିବେଶପର୍ଯ୍ୟଟନସ୍ଥଳୀ ଖୋଲାଯିବା ସହସେଠାରେ ବୋଟିଂ ସୁବିଧା ଆରମ୍ଭକରାଯାଇଛି । ବିଳାସପୂର୍ଣ୍ଣ ହାଉସ୍ୱୋଟ,କ୍ରୁଜ୍ ବୋଟ ସେବା ସାଙ୍ଗକୁ “ଗରୁଡ଼’ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟକରିପାରିଛି । ଏହାର ସଫଳତାକୁ ଲକ୍ଷ୍ୟକରି ବିଭାଗ ଏବେ ଚିଲିକା ହ୍ରଦରେଭାସମାନ ରେସ୍ତାରାଁ ସେବା ଆରମ୍ଭକରିବାକୁ ଯାଉଥିବା କୁହାଯାଉଛି ।
Sign in
Sign in
Recover your password.
A password will be e-mailed to you.