ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡ଼ିରେ ଲାଗିଲା ନିଆଁ

137

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଆଜି ସକାଳ ୭ଟା ସମୟରେ ଗୋଟିଏ ଗାଡି ଦୁର୍ଘଟଣା ହୋଇ ସେଥିରେ ନିଆଁ ଲାଗିବାର ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଡିଟି ମାଲକାନଗିରିରୁ ଆସି ଛତିଶଗଡକୁ ଯାଉଥିବା ସମୟରେ ହଠାତ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛରେ ପିଟି ହୋଇଥିଲା ପରେ ଉକ୍ତ ଗାଡିରୁ ଦୁଇ ଜଣ ବାହାରି ଗାଡିଟି କୁ ନିଆଁ ଲଗାଇ ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ଏହା ଆଗରୁ ଗାଡିରେ ଥିବା ଗଞ୍ଜେଇକୁ ବାହାର କରି ଜଙ୍ଗଲ ମଧ୍ୟରେ ଲୁଚାଇ ଦେଇ ଥିଲେ କିନ୍ତୁ ପରେ ଗ୍ରାମ ବାସିଙ୍କ ସାହାଯ୍ୟରେ କିଛି ମାତ୍ରାରେ ଗଞ୍ଜେଇ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା ପରବର୍ତୀ ସମୟରେ ଗ୍ରାମବାସୀ ଖବର ଦେବା ପରେ ଦମକଳ ଗାଡି ଆସି ନିଆକୁ ଆୟତ କରିଥିଲେ ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଦମକଳ ବହିନୀଙ୍କ ଯାଞ୍ଚ ସମୟରେ ଗାଡ଼ିଟିର ଡୋର ଗୁଡିକରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଛି ଗାଡିଟି କାହାର ଜଣା ପଡ଼ିନ।ହିଁ । ବର୍ତମାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଚାଳକକୁ ଖୋଜିବାକୁ ଲାଗିଛି । ପ୍ରକାଶ ଥାଉକି ଗତ କିଛିଦିନ ତଳେ ଏମଭି ୧ ୭ ଠାରେ ଏକ ଗଞ୍ଜେଇ ନେଇ ଯାଉଥିବା ଗାଡ଼ିରେ ନିଆଁ ଲାଗିଥିଲା ।

Leave A Reply

Your email address will not be published.