ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ରାସ୍ତାର ପଳିସିଂହା ଛକ ନିକଟରେ ଆଜି ଭୋରରୁ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦାଣ୍ଡିସାହି ଅଞ୍ଚଳର ସୃତିରଞ୍ଜନ ସ୍ବାଇଁ ବୟସ (୨୮) ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ପତ୍ତା ମିଳି ନାହିଁ । ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ପହଞ୍ଚିଛନ୍ତି । ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଚଳାଇଛି ।
Sign in
Sign in
Recover your password.
A password will be e-mailed to you.