ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଦୁର୍ଘଟଣା : ପୁତ୍ରର ମୃତ୍ୟୁ, ୪ ଗୁରୁତର

141

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ନିକଟରେ ଆଜି ପ୍ରତ୍ୟୁଷରେ ଛିଡ଼ା ହୋଇଥିବା ଏକ ଜେସିବି ବୋଝେଇ ଟ୍ରକକୁ ପିଟିଲା ସ୍ୱିଫ୍ଟ କାର୍ । ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଂଚଳର ଅରୁଣ ମେହେର ନିଜ ପିତାଙ୍କ ପାର୍ଥିବ ଶରୀରକୁ ପୁରୀରେ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଅରୁଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ସମ୍ପର୍କିୟ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲା । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୁରୁଣାକଟକ ପୋଲିସଏନେଇ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.