ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଧିନସ୍ଥ ଯୋଗିଆ ନୂଆପଲ୍ଲୀ ଗ୍ରାମର ଗଣେଷ ପାତ୍ର ନାମକ ଜଣେ ଯୁବକଙ୍କୁ ଦୁଇ ଦିନ ତଳେ ମରଣାନ୍ତକ ଆକ୍ରମଣ ହୋଇଥିଲା । ପାଳିଗାଁ ଅଂଚଳର ରଜନୀକାନ୍ତ ମହାନ୍ତି ତାଙ୍କୁ ଗାଳି ଗୁଲଜ କରିବା ସହ ଏକ ଧାରୁଆ ବ୍ଲେଡ୍ ସାହାଯ୍ୟରେ ଆକ୍ରମଣ କରିଥିଲା । ତାଙ୍କର ପେଟକୁ କାଟିଦେବା ସହ ଏକ ବାଡି ପୁରାଇ ଦେବାରୁ ଅନ୍ତବୁଜୁଳା ପଦାକୁ ବାହାରି ଆସିଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଗଣେଷକୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରିଥିଲା । ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଥିବା ଜଣାପଡିଛି । ପୋଲିସ ପକ୍ଷରୁ ତାଙ୍କୁ ୪ ୟୁନିଟ୍ ରକ୍ତ ଦିଆଯାଇଥିଲା । ଗଣେଷଙ୍କ ପତ୍ନୀଙ୍କ ଏତଲା କ୍ରମେ କେସ୍ ନଂ ୨୪୬/୨୧ ଅନୁସାରେ ସଦର ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଘଟଣାରେ ଅଭିଯୁକ୍ତ ରଜନୀକାନ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଗଣେଷଙ୍କ ପତ୍ନୀଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.