ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

147

-ସୌମ୍ୟଙ୍କ ସରକାରୀ ବାସଭବନନ ଯାଂଚ୍ କଲା କ୍ରାଇମବ୍ରାଂଚ ଟିମ୍
-ଘର ଭିତରେ ପୋଡା ଦାଗ ରହିଛି – କ୍ରାଇମବ୍ରାଂଚ ଡିଏସପି
-ଆଜି ଡ଼ିଏଫଓଙ୍କୁ ପଚରାଉଚରା କରିବ ପୋଲିସ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି । ସୌମ୍ୟଙ୍କ ସରକାରୀ ବାସଭବନନରେ କ୍ରାଇମବ୍ରାଂଚ ଟିମ୍ ପହଂଚି ଘର ଭିତର ଯାଂଚ୍ କରିବା ପରେ କ୍ରାଇମବ୍ରାଂଚ ଡିଏସପି ସୂଚନା ଦେଇଛନ୍ତି ଯେ, ଘର ଭିତରେ ପୋଡା ଦାଗ ରହିଛି । ଏନେଇ କ୍ରାଇମବ୍ରାଂଚ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । ଅନ୍ୟପକ୍ଷରେ ସୌମ୍ୟଙ୍କ ସରକାରୀ ବାସଭବନରେ ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ ପକ୍ଷରୁ ଯାଂଚ୍ ଚାଲିଛି । ଘରର ବିଭିନ୍ନ ସ୍ଥାନରୁ ସୁରାକ୍ ଖୋଜୁଛି କ୍ରାଇମବ୍ରାଂଚ । ଘର ଭିତରର ବିଭିନ୍ନ ସ୍ଥାନର ଭିଡ଼ିଓଗ୍ରାଫି କରାଯାଇଛି ।

ସେପଟେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ଡ଼ିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରିବ ପୋଲିସ । ପାରଳାଖେମୁଣ୍ଡି ପୋଲିସ ସୂତ୍ରରୁ ଏହି ସୂଚନା ମିଳିଛି । ଏତଲାରେ ଡ଼ିଏଫଓଙ୍କ ନାମ ଥିବାରୁ ତାଙ୍କୁ ପୋଲିସ ପଚରା ଉଚରା କରିବ ।

Leave A Reply

Your email address will not be published.