ଆଲୋକ ପାଣିଗ୍ରାହୀ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ମନୋନୀତ

614

ପାଟଣାଗଡ,୧୭/୨- ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତି ଜରିଆରେ ଆଲୋକ କୁମାର ପାଣିଗ୍ରାହୀ (ରିଙ୍କୁ) ଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବେ ମନୋନୀତ କରାଯାଇଛି । ପୂର୍ବରୁ ଶ୍ରୀ ପାଣିଗ୍ରାହୀ ପାଟଣାଗଡ ବ୍ଲକର ଦୁଇଥର ବ୍ଲକ ସଭାପତି ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି । ଆଜି ରାଜ୍ୟ ସଂପାଦକ ଭାବେ ମନୋନୀତ ହେଲା ପରେ ତାଙ୍କ ଦକ୍ଷତା କୁ ବିଶ୍ୱାସ କରି ମାନ୍ୟବର ମୂଖ୍ୟମନ୍ତ୍ରୀ ଏହି ଦାୟୀତ୍ୱ ଦେଇଥିବାରୁ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପାଣିଗ୍ରାହୀ ଏହି ପଦବୀ ପାଇଲା ପରେ ତାଙ୍କୁ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କର୍ମୀ ଏବଂ ଜନସାଧାରଣଙ୍କ ତରଫରୁ ଶୁଭେଚ୍ଛା ର ସୁଅ ଛୁଟିଛି ।

Leave A Reply

Your email address will not be published.