ନୂଆଦିଲ୍ଲୀ,୧୮ା୧୨ : ପୁଣି ଥରେ କୋଭିଡ ଆତଙ୍କ। କୋରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ଏବେ ଚିନ୍ତାରେ ପକାଇଛି। ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ର ଜେଏନ. ୧ ଭାରିଆଣ୍ଟ ଏବେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାୱାରି ଏସଏଆରଆଇ ଏବଂ ଆଇଏଲଆଇ କେସ୍ ରିପୋର୍ଟ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଅଧିକ ସଂଖ୍ୟାରେ ଆରଟି-ପିସିଆର ଟେଷ୍ଟ ସହ ପଜିଟିଭ୍ ନମୁନାର ଜିନମ୍ ସିକ୍ୱେନ୍ସିଂ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ କେରଳ ଓ ଅନ୍ୟ କିଛି ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ ପୁଣି କଡ଼ ଲେଉଟାଉଛି କରୋନା ଭାଇରସ। ଗତ ୨୪ ଘଣ୍ଟ ଜେଏନ-୧ ଚିହ୍ନଟ ହୋଇଛି। ଆଉ ଏହି ଭାରିଆଣ୍ଟ ଚିହ୍ନଟ ପରେ ସବୁ ରାଜ୍ୟ ନିଜମାନେ ସୁରକ୍ଷା ସମ୍ବନ୍ଧୀୟ ସୁରକ୍ଷା ବଢ଼ାଇଛନ୍ତି। ଏହି କ୍ରମରେ କର୍ଣ୍ଣାଟକ ସରକାର ରାଜ୍ୟରେ ଆଡଭାଇଜରୀ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ରାଜ୍ୟର ସବୁ ବରିଷ୍ଠ ନାଗରିକ ଏବଂ ଅନ୍ୟ ରୋଗ ସହ ପୀଡ଼ିତ ଲୋକଙ୍କ ପାଇଁ ମାସ୍କ ପିନ୍ଧିବାର ପରାମର୍ଶ ଦେଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ସୋମବାର ବରିଷ୍ଠ ନାଗରିକ ଏବଂ ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ଅବଶ୍ୟ ସେ କହିଛନ୍ତି ବର୍ତ୍ତମାନ ସ୍ଥିତି ସଙ୍ଗୀନ ହୋଇନାହିଁ ତେଣୁ ଚିନ୍ତା କରିବାର କିଛି ନାହିଁ। ତଥାପି ସତର୍କ ରହିବାକୁ ପଡ଼ିବ। ସେପଟେ କେନ୍ଦ୍ର ସରକାର ମଧ୍ୟ ସତର୍କ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର, ସ୍ୱାସ୍ଥ୍ୟ ବୁଲେଟିନ୍ରେ କହିଛନ୍ତି ଯେ, ରବିବାର କରୋନାରେ ୩୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଉତ୍ତରପ୍ରଦେଶରେ ଜଣେ ଏବଂ କେରଳରେ •ରି ଜଣଙ୍କ ମୃତ୍ୟୁ ହୋଇଛନ୍ତି। କରୋନାରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭୦୦ରୁ ଅଧିକ ହୋଇଛି। କେରଳରେ ସବୁଠୁ ନୂଆ ଭାରିଆଡ଼ ଚିହ୍ନଟ ହୋଇଛି। ଯାହା ପୂର୍ବରୁ ସିଙ୍ଗାପୁର ଏବଂ ଆମେରିକା ଏବଂ ଚୀନ୍ରେ ସଂକ୍ରମଣ ବଢ଼ାଇଛି। ପଡେ଼ାଶୀ ରାଜ୍ୟରେ କରୋନା ସଂକ୍ରମଣକୁ ନେଇ କର୍ଣ୍ଣାଟକ ସରକାର ମଧ୍ୟ ଆଡଭାଇଜରୀ ଜାରି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.