ଶରଣକୂଳ ବଧୂହତ୍ୟା ଘଟଣାର ପର୍ଦ୍ଦାଫାଶ: ପତ୍ନୀକୁ ହତ୍ୟା କରିବା ପାଇଁ ସ୍ୱାମୀ ସୁପାରି ଦେଇଥିଲା – ଏସପି

152
ନୟାଗଡ଼:  ଗତ ୨୯ ରେ ଶରଣକୂଳ ବଧୂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପତ୍ନୀକୁ ହତ୍ୟା କରିବା ପାଇଁ ସ୍ୱାମୀ ସୁପାରି ଦେଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) । ୨ ଲକ୍ଷ ଟଙ୍କା ସୁପାରି ପାଇଁ ଚୁକ୍ତି ହୋଇଥିଲା ଏବଂ ଅଭିଯୁକ୍ତ ସ୍ୱାମୀ ଏନେଇ ୨୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲା । ଗିରଫ ୪ ସୁପାରିଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରି କ୍ରିଏଟ୍ କରାଇଛି ପୋଲିସ । ଘଟଣା ଦିନ ଅଭିଯୁକ୍ତ ମାନେ କିପରି ତାଙ୍କୁ ହତ୍ୟା କରିଥିଲେ । ମୃତଦେହକୁ ଫିଙ୍ଗିଥିଲେ ସେସବୁ ସିନ୍ ପୁନଃ କରି ଦେଖାଇଛନ୍ତି ପୋଲିସକୁ । ସ୍ୱାମୀର ପରକିୟା ପ୍ରୀତିକୁ ବିରୋଧ କରିବାରୁ ଅଭିଯୁକ୍ତ ସ୍ୱାମୀ ଏପରି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇ ଜେଲ୍ ଯାଇଛି ।
Leave A Reply

Your email address will not be published.