ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ଟଙ୍କା

ମୁମ୍ବାଇ,: ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି । ଜାନୁଆରୀ ୧୦, ଶୁକ୍ରବାର ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା ଥିଲା । ଗୁରୁବାର ବି ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ବନ୍ଦ ହୋଇଥିଲା । ସେଦିନ ଗୋଟିଏ ଡଲାର ମୂଲ୍ୟ ୮୫.୯୩ ପଇସା ଥିଲା । ଏହା କ୍ରମାଗତ ତୃତୀୟ…

ଦୁଇ ଦିନ ପରେ କମିବ ଶୀତ: ଆଜି ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ

ଭୁବନେଶ୍ୱର, : ଜି. ଉଦୟଗିରିରେ ପାରଦ ୬ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଏଠାର  ରାତି ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି । ୮ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ତଥାପି ଦୁଇ ଦିନ ପରେ ଶୀତ କମିଯିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ କହିଛି ।…

୭୬ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତ

ବ୍ରହ୍ମପୁର,(ଡିକେ ନୁ୍ୟଜ): ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର, ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

ଇକୋ-ରିଟ୍ରିଟ୍ରେ ମିଳୁଛି ପୁଷ୍ଟିଶସ୍ୟ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟ

ଭୁବନେଶ୍ୱର,: ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୧ରୁ ଆରମ୍ବ ହୋଇଥିବା ଇକୋ-ରିଟ୍ରିଟ୍ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ·ଲିବ । ପର୍ଯ୍ୟଟକମାନେ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀର ମଜା ନେବା ସହ ପର୍ଯ୍ୟଟନର ବିକାଶ ନିମନ୍ତେ ଏହି ପଦକ୍ଷେପ…

ମନ୍ତ୍ରୀ ଷ୍ଟୋନ୍ ଇଣ୍ଟରନ୍ୟାସନାଲରେ କାଜାରିଆ ସୋ\’ ରୁମ୍ ଉଦ୍‌ଘାଟିତ

ଭୁବନେଶ୍ୱର,: ମନ୍ତ୍ରୀ ଷ୍ଟୋନ୍ ଇଣ୍ଟର ନ୍ୟାସନାଲରେ କାଜାରିଆର ନୂତନ ସୋ'ରୁମ୍ ଡଃ ପ୍ରଫେସର ଅଚ୍ୟୁତ ସାମନ୍ତ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ମନ୍ତ୍ରୀ ଷ୍ଟୋନ୍ ଇଣ୍ଟର ନ୍ୟାସନାଲର ମାଲିକ ଶ୍ୟାମ ସୁନ୍ଦର ମନ୍ତ୍ରୀ କାଜାରିଆ ଟାଇଲ୍ସର ଗୁଣ ଗୁଣବତ୍ତା…

ଅର୍ବାନ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖାର ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା,: କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖାର ୨୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ଗ୍ରାହକ ଓ ଜମାକାରୀଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଶାଖା ପରିଚାଳକ ଅଜିତ କୁମାର ପତିଙ୍କ ସଭାପତିତ୍ୱରେ…

ଲାଞ୍ଜିଗଡ ଖଣି ପାଇଁ ଗ୍ରାମସଭା ଡାକିବାକୁ ଅଞ୍ଚଳବାସୀଙ୍କ ଦାବି

ଭୁବନେଶ୍ୱର,: କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବାସୀ । ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦାଖଲ କରାଯାଇଥିବା ଏହି ନିବେଦନରେ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର…

ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ବିଜେନ୍ଦ୍ର ପ୍ରତାପ ସିଂଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,: ଭାରତ  ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ବିଜେନ୍ଦ୍ର ପ୍ରତାପ ସିଂ ଆଜି ଭୁବନେଶ୍ୱର ସ୍ଥିତ ନାଲକୋ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନାଲକୋରେ ଯୋଗଦେବା ପୂର୍ବରୁ ଶ୍ରୀ ସିଂ ସେଲର…

୩୧ସୁଦ୍ଧା ଇ-କେୱାଇସି ନକଲେ ଅକାମୀ ହୋଇଯିବ ରାସନକାର୍ଡ

ଭୁବନେଶ୍ୱର, : ଚଳିତ ମାସ ୩୧ତାରିଖ ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇନଥିଲେ ହିତାଧିକାରୀଙ୍କ ରାସନ କାର୍ଡ ଅକାମୀ ହୋଇଯିବ । ରାସନକାର୍ଡର ଇ-କୋୱାଇସି ଯାଞ୍ଚ ପ୍ରକିୟା ଶେଷ କରିନଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ଏହି ଇ-କେୱାଇସି…

ଓଡ଼ିଶା ହେବ ଆଇଟି ହବ୍‌, ଦୁଇ ତିନି ମାସରେ ନିଆଯିବ ପଦକ୍ଷେପ: ଅଶ୍ୱନୀ ବୈଷ୍ଣବ

ଭୁବନେଶ୍ୱର, : ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାର ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟାର ଏକ ବଡ଼ ହବ୍ କରିବା ପାଇଁ…