ସୋମବାର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଚୂଡ଼ାନ୍ତ ହୋଇଛି । ଆସନ୍ତା ସୋମବାର ସକାଳ ସାଢ଼େ ୯ଟାରେ ନୂଆ ମନ୍ତ୍ରୀମାନେ ନେବେ ଶପଥ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ନବୀନଙ୍କ ନୂଆ…

ଶ୍ରୀ ସିମେଣ୍ଟ୍‌ ପକ୍ଷରୁ ରାଜ୍ୟରେ “ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌” ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ବ୍ରାଣ୍ଡ ଶ୍ରୀ ସିମେଣ୍ଟ ପକ୍ଷରୁ ଓଡିଶା ବଜାର ପାଇଁ ଏକ ନୂତନ ଉତ୍ପାଦ ଉନ୍ମୋଚନ ହୋଇଛି । ନୂତନ ଉତ୍ପାଦ "ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌"ହେଉଛି ଏକ ଉଚ୍ଚ ଶକ୍ତି ବିଶିଷ୍ଟ ସିମେଣ୍ଟ୍‌, ଏହା ଦ୍ରୁତ ସେଟିଂ ଏବଂ ଉନ୍ନତ ନିର୍ମାଣ ତଥା…

ଆଦାନୀ-ହିଣ୍ଡେନବର୍ଗ ବିବାଦ ମାମଲା : ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ବିଶେଷଜ୍ଞ କମିଟିର କ୍ଲିନଚିଟ୍

ନୂଆଦିଲ୍ଲୀ : ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ ବଡ ଆଶ୍ବସ୍ତି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ବିଶେଷଜ୍ଞ କମିଟି ଆଦାନୀ ଗ୍ରୁପକୁ କ୍ଲିନଚିଟ ପ୍ରଦାନ କରିଛନ୍ତି । କମିଟିର ରିପୋର୍ଟକୁ ସାର୍ବଜାନୀନ କରାଯାଇଥିବା ବେଳେ ଆଦାନୀ ଗ୍ରୁପ ସେୟାର ବଜାରରେ କୌଣସି ହେରଫେର…

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱ…

ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ୍

ଭୁବନେଶ୍ୱର: ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ୍ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡ୍ରୋନ୍ ପାଟ୍ରୋଲିଂ । ଆକାଶ ମାର୍ଗରୁ ଅପରାଧ ଉପରେ ନଜର ରଖିବ କମିଶନରେଟ ପୋଲିସ । ସହରର ପ୍ରତିଟି ଘଟଣା ଓ ଦୁର୍ଘଟଣା ଉପରେ ଏହି ସିଧାସଳଖ ରହିବ ନଜର । ଏନେଇ ପ୍ରାଥମିକ ଭାବେ…

ବଦଳିବ କଳାହାଣ୍ଡିର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିରର ରୂପରେଖ

କଳାହାଣ୍ଡି: ବଦଳିବ କଳାହାଣ୍ଡିର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିରର ରୂପରେଖ । ରୂପାନ୍ତରିତ ହେବ ବୁଢ଼ାରାଜା ମନ୍ଦିର । ମନ୍ଦିର ସୌନ୍ଦର୍ଯ୍ୟକରଣ ଏତେ ଅଦ୍ଭୁତ ହେବ ଯେ ବାଟରେ ଯାଉଥିବା ଲୋକ ବି ଘଡ଼ିଏ ଠିଆ ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରିଯିବେ । କଳାହାଣ୍ଡି ଗସ୍ତରେ ଯାଇଥିବା 5T ସଚିବ…

କାଶ୍ମୀରରେ ହେବାକୁ ଯାଉଥିବା ଗ୍ରୁପ-୨୦ ଟୁରିଜିମ୍ ଓ୍ବାର୍କିଂ ଗ୍ରୁପ ବୈଠକରେ ଯୋଗ ଦେବ ନାହିଁ ଚୀନ୍

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କାଶ୍ମୀରରେ ହେବାକୁ ଯାଉଥିବା ଗ୍ରୁପ-୨୦ ଟୁରିଜିମ୍ ଓ୍ବାର୍କିଂ ଗ୍ରୁପ ବୈଠକରେ ଯୋଗ ଦେବ ନାହିଁ ଚୀନ୍ । ଏକ ବିବାଦୀୟ ଅଞ୍ଚଳରେ ହେବାକୁ ଯାଉଥିବା ବୈଠକରେ ଚୀନ ଯୋଗଦେବ ନାହିଁ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଓ୍ବାଙ୍ଗ୍ ଓ୍ବେନବିନ୍ । ସେ…

ଲ୍ୟାଣ୍ଡ୍‌ଫଲ୍‌’ କଲା ବାତ୍ୟା ‘ମୋକା’; ବାଂଲାଦେଶ ଓ ମିଆଁମାର୍‌ ଉପକୂଳରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଆଜି ଅପରାହ୍ଣରେ ଭୀଷଣ ସାମୁଦ୍ରିକ ବାତ୍ୟା 'ମୋକା' କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍‌ ଉପକୂଳରେ 'ଲ୍ୟାଣ୍ଡ୍‌ଫଲ୍‌' ବା ସ୍ଥଳଭାଗରେ ପ୍ରବେଶ କରିଥିବା କଥା ବିଭିନ୍ନ ଜାତୀୟସ୍ତରୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହାର ପ୍ରଭାବରେ ବାଂଲାଦେଶ ଓ…

ଓଡିଶା ଆସିବେ UP ପୋଲିସ ଡିଜି, ଗୁଡୁ ମୁସଲିମ୍ ସଂପର୍କରେ ପୋଲିସ ସହ କରିବେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ପୋଲସି ଡିଜି ରାଜକୁମାର ବିଶ୍ଵକର୍ମା । ଗ୍ୟାଙ୍ଗଙ୍ଗଷ୍ଟର ଆତିକ୍ ର ସହଯୋଗୀ ଗୁଡୁ ମୁସଲିମ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଗୁଡୁ ମୁସଲିମ ଓଡ଼ିଶାରେ ଜଣଙ୍କ ଘରେ ଆତ୍ମଗୋପନ…

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ, ପାସ୍‌ ହାର ୯୩.୧୨ ପ୍ରତିଶତ

ନୂଆଦିଲ୍ଲୀ: ସିବିଏସଇ ଦଶମ ରେଜଲ୍ଟ ପ୍ରକାଶିତ । ଏବର୍ଷ ଦେଶର ପାସ ହାର ରହିଛି ୯୩.୧୨% । ଗତବର୍ଷ ତୁଳନାରେ ଦେଶରେ କମିଛି ପାସ ହାର । ଚଳିତବର୍ଷ ୨୪,୪୮୦ ସ୍କୁଲରେ ପରୀକ୍ଷା ଦେଇଥିଲେ ୩୪ ଲକ୍ଷ ୮୦ହଜାର ଛାତ୍ରଛାତ୍ରୀ । ଚଳିତବର୍ଷ ଦିଲ୍ଲୀଠାରୁ ଓଡ଼ିଶା ରିଜିଅନରେ ଭଲ ରେଜଲ୍ଟ ହୋଇଛି ।…