ମାଲକାନଗିରି: ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେଲା ଅଟୋ। ଚାଳକ ଜଣକ ଙ୍କର ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ସାମାନ୍ୟ ଆହତ ହୋଇଥିବା ସୁଚନା ମିଳିଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଜବାଗଡ଼ ନିକଟସ୍ଥ ଖାରିଗୁଡ଼ା ଛକ ନିକଟରେ ଦେଖିବାକୁ ମିଳିଛି। ସ୍ଥାନୀୟ ସଦାଶିବପୁର ଅଞ୍ଚଳର ଗୋପୀ ମାଛ(୩୫) ନାମକ ଜଣେ ଅଟୋ ଚାଳକ ନିଜ ଅଟୋ ରେ ସାରଦାଗୁଡ଼ା ରୁ ବସ୍ତା ବସ୍ତା ବିରି ନେଇ ଆସୁଥିଲେ। ସେହି ଅଟୋରେ ଅନ୍ୟ ଜଣେ ସହଯୋଗୀ ସେହି ଗ୍ରାମର ପର୍ଶୁରାମ ଖରା ନାମକ ଜଣେ ବ୍ୟକ୍ତି ଥିଲେ। ତେବେ ଅଟୋ ରେ ଆବଶ୍ୟକ ରୁ ଅଧିକ ବିରି ବସ୍ତା ନେଇ ଆସୁଥିବାରୁ ଅଟୋ ଟି ଭାରସାମ୍ୟ ହରାଇ ଏକ ଗଛ କୁ ପିଟି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଗୋପୀ ର ଅଳ୍ପ ମାତ୍ର ନିଶ୍ୱାସ ଚାଲୁଥିବା ହେତୁ ଗୋପୀ କୁ ସଙ୍ଗେ ସଙ୍ଗେ କୋରାପୁଟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟ ହୋଇଥିବା ବର୍ତ୍ତମାନ ସୂଚନା ମିଳିଛି। ଆଜି ଶବ ବ୍ୟବଚ୍ଛେଦ ହୋଇ ମର ଶରୀର କୁ ନିଜ ଗ୍ରାମ ସଦାଶିବପୁର କୁ ଅଣାଯିବ ବୋଲି ପରିବାର ବର୍ଗ ସୂଚନା ଦେଇଛନ୍ତି। ଏହି ଘଟଣା ଟି ଘଟିଥିବା ସମୟରେ ମୃତ ଗୋପୀ ନିକଟରେ ୧ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି। ବର୍ତ୍ତମାନ ସେ ଟଙ୍କା କୁଆଡେ ଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋ ଟିକୁ ଥାନା କୁ ଆଣିବା ସହ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
Sign in
Sign in
Recover your password.
A password will be e-mailed to you.