କଟକ: ଜିଲ୍ଲା ବାରିମୂଳ ଆଶ୍ରମର ପ୍ରତିଷ୍ଠାତା ତଥା ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ କୁମାର ରାଉଳ ଏଣିକି ପ୍ରବଚନ ଦେଇପାରିବେ । ଏନେଇ ତାଙ୍କୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସର୍ବାଧିକ ୨୦୦ ଲୋକଙ୍କୁ ସେ ଏକାଠି ପ୍ରବଚନ ଦେଇପାରିବେ । କୋଭିଡ଼୍ କଟକକଣାକୁ ଅନୁପାଳନ କରି ସେ ପ୍ରବଚନ ଦେଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକି, ପ୍ରବଚନ ଦେବାକୁ ଅନୁମତି ପ୍ରଦାନ ପାଇଁ ବାବା ସାରଥୀ ପୂର୍ବରୁ ହାଇକୋର୍ଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି କରି କୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଜାରୀ କରିଛନ୍ତି ।