ଶିଶୁକନ୍ୟା ପୀହୁ ନିଖୋଜ ଘଟଣା: ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଗଲା

138

-ସୂଚନା ଦେଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି

-ଗାଁର ଦୁଇଟି ପୋଖରୀ ଶୁଖାଯାଉଛି

ଯାଜପୁର: ୩ ବର୍ଷିୟା ଶିଶୁକନ୍ୟା ପୀହୁ ନିଖୋଜ ଘଟଣାରେ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସହରର ବିଭିନ୍ନ ସ୍ଥାନରେ ଓ ଯାତ୍ରୀବାହୀ ଯାନରେ ପୋଲିସ ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏପରିକି ପୀହୁ ସମ୍ପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି  ପ୍ରଦାନ କରାଯିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣାର ତଦନ୍ତ ପାଇଁ ପୀହୁର ଗାଁ ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ମଧୁସୂଦନପୁରରେ ଥିବା ଦୁଇଟି ପୋଖରୀକୁ ମଧ୍ୟ ଶୁଖାଯାଉଛି । ଅଗ୍ନିଶମ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।
ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପୀହୁ ନିଖୋଜ ହୋଇଯାଇଛି । ନିଖୋଜ ଶିଶୁକନ୍ୟାର ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ପୂର୍ବରୁ ବିଞ୍ଝାରପୁର ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ଏକ ମାମଲା ରୁଜ୍ଜୁ କରିବା ସହ ପୋଲିସ ପକ୍ଷରୁ ଏନେଇ ଛାନଭିନ୍ ଜାରୀ ରହିଛି । ତେବେ ଅଦ୍ୟାବଧି ନିଖୋଜ ଶିଶୁକନ୍ୟାକୁ ଠାବ କରିବାରେ ପୋଲିସ ବିଫଳ ହୋଇଛି ।
Leave A Reply

Your email address will not be published.