ଗାଁ କୁ ଗାଁ ଗସ୍ତ କରି ମାସ୍କ ବଣ୍ଟନ ଏବଂ ସଚେତନତା କରି ଚର୍ଚ୍ଚାରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ

139

ବୈପାରିଗୁଡା : ସାରା ଦେଶରେ କରୋନା ସୃଷ୍ଟି କରିଛି ଭୟଙ୍କର ସ୍ଥିତି । ଗତ ବର୍ଷଠାରୁ ଜାରି ରହିଥିବା କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ଜାରି ରଖିଛି । କରୋନାର ଏହି ଦ୍ୱତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଅଣ୍ଟା ଭିଡ଼ିଛନ୍ତି । ଏହି କ୍ରମରେ ଗାଁ କୁ ଗାଁ ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନତା କରୁଛନ୍ତି ବୈପାରିଗୁଡା ବିଡ଼ିଓ ଶ୍ରୀ କବି ଶତପଥୀ ।

ବୈପାରିଗୁଡା ବ୍ଲକର ୨୦ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ଜନ ସାଧାରଣଙ୍କୁ ମାସ୍କ ବଣ୍ଟନ କରି କରୋନା ସଚେତନତା କରିଛନ୍ତି ଶ୍ରୀ କବି ଶତପଥୀ ।ଏଭଳି ମହାମାରୀ ସମୟରେ ଗାଁ କୁ ଗାଁ ବୁଲି ଲୋକଙ୍କ ପାଖରେ ପଂହଁଚି କରୋନା ସଚେତନତା କରିବା ଓ ମାସ୍କ ବଣ୍ଟନ କରିବା ସାଧାରଣରେ ପ୍ରଶଂସା ସାଉଁଟିଛି ।

Leave A Reply

Your email address will not be published.