ପୁରୀ : ବଦଳିଲେ ପୁରୀ ବାସେଳିସାହି ଥାନା ଆଇଆଇସି। ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ବଳଙ୍ଗା ଆଇଆଇସି ସଞ୍ଜୀବ ପ୍ରଧାନଙ୍କୁ ବାସେଳିସାହି ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି। ବାସେଳିସାହି ଥାନା ସହ ୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ପୁରୀ ପୁଲିସ୍ ହାଜତ ମୃତ୍ୟୁ ଘଟଣା ପରେ ଚର୍ଚ୍ଚାକୁ ଆସିଥିଲା ବାସେଳିସାହି ଥାନା। କେ. ରମେଶ ନାମକ ଜଣେ ଯୁବକ ପୁଲିସ୍ ହେପାଜତରେ ଥିବା ବେଳେ ପ୍ରାଣ ହରାଇଥିଲେ। ୟା ମଧ୍ୟରେ ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଛି। ତାଙ୍କ ଶରୀରରେ ୧୬ଟି ଆଘାତ ଚିହ୍ନ ଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଏହି ଘଟଣାରେ ପୂର୍ବରୁ ତତ୍କାଳୀନ ଏସ୍ପି ଅଖିଳେଶ୍ୱର ସିଂଙ୍କୁ ପୁଲିସ୍ ହେଡ୍କ୍ୱାର୍ଟର୍ସ ଏସ୍ପି ଭାବେ ବଦଳି କରାଯାଇଥିଲା। ଏବେବି ଏହି ଘଟଣାର ତଦନ୍ତ ଚାଲିଛି ।
Sign in
Sign in
Recover your password.
A password will be e-mailed to you.