-୧୦ ଲିଟର ମଦ ଜବତ
-୩୬ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ
ଗଞ୍ଜାମ: ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଗତ ୧୯ ତାରିଖ ସକାଳ ୬ଟା ଠାରୁ ୨୦ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ବେଆଇନ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକ ୨୨୭ ଜଣଙ୍କ ଚାଲାଣ କଟାଯାଇଛି । ସେମାନଙ୍କୁ ୧ ଲକ୍ଷ ୨୪ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଛି ।
ସେହିପରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୦ ଲିଟର ମଦ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ ଥାନାରେ ଏକ ଅବକାରୀ ମାମଲା ହୋଇଛି । ଅନୁରୂପ ଭାବେ ଭେଇକିଲ୍ ଆକ୍ଟ ଉଲ୍ଲଙ୍ଘନ କରିଥିବା ୩୬ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆରଟିଓଙ୍କୁ ସୁପାରିଶ କରାଯାଇଛି ।